ପ୍ରଚାର ଶେଷ: ଅନ୍ଧାରୀ ବିଜେ ଆରମ୍ଭ, ପ୍ରାର୍ଥୀଙ୍କ ହାର୍ଟ ବିଟ ବଢୁଛି

You are currently viewing ପ୍ରଚାର ଶେଷ: ଅନ୍ଧାରୀ ବିଜେ ଆରମ୍ଭ, ପ୍ରାର୍ଥୀଙ୍କ ହାର୍ଟ ବିଟ ବଢୁଛି

ଅନୁଗୁଳ: ଚଳିତ ପୌର ନିର୍ବାଚନ ପାଇଁ ଘୋ’ ଘା’ ପ୍ରଚାର କାର୍ଯ୍ୟ ସରିଯାଇଚି। ଏହା ପରେ ପ୍ରାର୍ଥୀଙ୍କ ଅନ୍ଧାରୀ ବିଜେ ଆରମ୍ଭ ହୋଇଚି।ବିଶେଷ କରି ବସ୍ତିକୁ ବସ୍ତି ବୁଲି ବିଭିନ୍ନ ଉପାୟରେ ଭୋଟରଙ୍କୁ ମନାଉଛନ୍ତି। ପ୍ରଚାରର ଅନ୍ତିମ ଦିନରେ ବିଜେଡି ଓ ବିଜେପିର ରୋଡ ସୋ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ପଟୁଆର ଆକର୍ଷଣୀୟ ହୋଇଥିଲା।

ଜଗନ୍ନାଥ ମନ୍ଦିରରୁ ବାହାରି ସମସ୍ତ ଦଳୀୟ ପ୍ରାର୍ଥୀ ଅନୁଗୁଳ ସହର ପରିକ୍ରମା କରିଥିଲେ। ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅଋଣାଭ ସିଂହ, ଭକ୍ତି ଦାସ, ନଗରପାଳ ପ୍ରାର୍ଥୀ ଅକ୍ଷୟ ସାମନ୍ତ ପ୍ରମୁଖ ବିଜେଡି ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ପ୍ରତାପ ପ୍ରଧାନ, ନଗରପାଳ ପ୍ରାର୍ଥୀ ଦିଲୀପ ପ୍ରଧାନ, ସୋମନାଥ ରାଉତ,ଦିଲୀପ ଦାସ, ସୁନିଲ ସାହୁ ପ୍ରମୁଖ ବିଜେପି ଶୋଭାଯାତ୍ରାର ମଙ୍ଗୁଆଳ ସାଜିଥିଲେ। ଏବେ ପରୀକ୍ଷା ପୂର୍ବରୁ ପ୍ରାର୍ଥୀ ମାନେ ନିଜ ନିଜ ମାର୍କର ହିସାବ କିତାବ୍ କରୁଥିବା ବେଳେ ପାସ କି ଫେଲ ଜାଣି ପାରୁନାହାନ୍ତି ଉତ୍କଣ୍ଠା ବଢ଼ି ଚାଲିଛି କାରଣ ବିଦ୍ରୋହୀ କିଭଳି କ୍ଷତି କରିବେ ତାହା ଠଉରେଇବା ମୁସ୍କିଲ ହୋଇପଡିଛି।

ଶିକ୍ଷିତ ଭୋଟର ଚୁପଚାପ୍ ଅଛନ୍ତି। ବସ୍ତି ଭୋଟର ମଧ୍ୟ ଅର୍ଥ ପାଇଲେ ମଧ୍ୟ ପ୍ରଭାବିତ ହେବେ ନାହିଁ ବୋଲି କହୁଛନ୍ତି। ଯଦି ଏହା ସତ ହୁଏ ତେବେ ନିର୍ବାଚନ ଫଳାଫଳ ଅତି ଅପ୍ରତ୍ୟାଶିତ ଏବଂ ଐତିହାସିକ ହେବ ବୋଲି ଆଶା କରାଯାଉଛି।

Share

Leave a Reply