ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତାଙ୍କ ୧୦୩ ତମ ଜୟନ୍ତୀରେ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ

You are currently viewing ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତାଙ୍କ ୧୦୩ ତମ ଜୟନ୍ତୀରେ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତା ମହାସଚିବ ସ୍ୱପ୍ନଦର୍ଶୀ ସୁରଜ ପ୍ରକାଶଜୀଙ୍କ ୧୦୩ ତମ ଜୟନ୍ତୀ ପାଳିତ ହୋଇଛି। ଏ ଅବସରରେ ଜରପଡାସ୍ଥିତ ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ” ଏନିମିଆ ମୁକ୍ତ ଭାରତ ” ଯୋଜନା ଅନ୍ତର୍ଗତ ଏକ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ମୁଖ୍ଯ ଚିକିତ୍ସାଧିକାରୀ ଡାଃ ଶିବାନନ୍ଦ ମହାନ୍ତିଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ପ୍ରାୟ ୧୫୦ ଜଣ ଛାତ୍ରୀଙ୍କର ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସଭାପତି ପ୍ରଫେସର ଶାନ୍ତନୁ କୁମାର ସର, ସଂପାଦକ ବିଜୟ କୁମାର ମୋଦି, ପରିଷଦର ଉପସଭାପତି ଭରତ ଚନ୍ଦ୍ର ଗଡନାୟକ, ଶିବିର ସଂଯୋଜକ ହୃଦାନନ୍ଦ ପଣ୍ଡା, ସଦସ୍ଯ ବିଜୟ କୁମାର ରାଉତ, ପ୍ରମୋଦ କୁମାର ନାୟକ, ସୁରେଶ ସାହା, ଦିନେଶ ମିଶ୍ର, ଅନିରୁଦ୍ଧ ଦାସ, ମାଧବ ସାମଲ, ବିମଳ ପଟ୍ଟନାୟକ, ରୀନାରାଣୀ ସ୍ବାଇଁ, ସ୍ମିତା ପଟ୍ଟନାୟକ, ସରୋଜିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply