ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ସରପଞ୍ଚ ତଥା ବିଜେଡି ଜିଲ୍ଲା ଯୁବ ଉପ ସଭାପତି ଜିତେନ୍ଦ୍ର କୁମାର ସାହୁ ରବିବାର ଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ମେଲ ଜରିଆରେ ଇସ୍ତଫା ପତ୍ର ପଠାଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ, ତାଙ୍କୁ ଦଳରେ ଅଣ ଦେଖା କରାଯିବା ସହ ଦଳରେ ତାଙ୍କୁ ଗୁରୁତ୍ଵ ଦିଆଯାଇନାହିଁ। ଫଳରେ ସେ ଇସ୍ତଫା ଦେଇଥିବା ବେଳେ ଆଗକୁ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।
ବିଜେଡିରୁ ଇସ୍ତଫା ଦେଲେ ଅଙ୍ଗପଡା ସରପଞ୍ଚ
- Post published:December 14, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


