ଅଙ୍ଗାରବନ୍ଧ ମହୋତ୍ସବର ଦ୍ଵିତୀୟ ଦିବସ: ଯୋଗଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

You are currently viewing ଅଙ୍ଗାରବନ୍ଧ ମହୋତ୍ସବର ଦ୍ଵିତୀୟ ଦିବସ: ଯୋଗଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅନୁଗୁଳ: ଅଙ୍ଗାରବନ୍ଧ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇନେବା ସହିତ ଆନନ୍ଦ ଅନୁଭୂତ କରିଥିଲେ। ମହୋତ୍ସବ କମିଟି ସଭାପତି ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶାର ଦ୍ଵିତୀୟ ମହିମା ଗାଦି ଭାବେ ପରିଚିତ ଅଙ୍ଗାରବନ୍ଧର ଏହି ଆଶ୍ରମର କାର୍ଯ୍ୟକର୍ତ୍ତା ଓ ଅଙ୍ଗାରବନ୍ଧ ପଞ୍ଚାୟତର ସମସ୍ତ ଗ୍ରାମବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ମହୋତ୍ସବକୁ ସଫଳ କରିବା ନେଇ ଆଶା ପ୍ରକଟ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାଲିଙ୍ଗ ଅନୁଗୁଳୁରେ ଥିବା ପବିତ୍ର ମୋହନ ମେଡିକାଲ କଲେଜରେ ଖୁବଶୀଘ୍ର ଆଇସିୟୁ କାର୍ଯ୍ୟକ୍ଷମ କରାଯିବା ନେଇ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ, ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ବଭୂଷଣ, ଅଙ୍ଗାରବନ୍ଧ ପଞ୍ଚାୟତର ସରପଞ୍ଚ ସୁଜାତା ସାହୁ ଓ ସମିତି ସଭ୍ୟା ଶ୍ରୀମତୀ ସୁଜାତା ସ୍ଵାଇଁ, ଅଙ୍ଗାରବନ୍ଧ ମହିମା ଗାଦିର ବରିଷ୍ଠ ଗୁରୁମାନେ ଓ ବହୁ ଅଲେଖ ଧର୍ମୀ, ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply