ଅଲେଖ ମହିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

You are currently viewing ଅଲେଖ ମହିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ସ୍ଥାନୀୟ ନଦିଘେରା ଗ୍ରାମ ଅଙ୍ଗାରବନ୍ଧ ଝାଟକିପଶି ଠାରେ ଅଲେଖ ମହିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ବ୍ରାହ୍ମଲୀନ ବାବା ସଦାନନ୍ଦ ଦାସ, ଉପ ସଭାପତି ସ୍ୱର୍ଗତ ଚତୁର୍ଭୁଜ ବେହେରା, ସମ୍ପାଦକ ଶିବ ସାହୁ, କମିଟି ସଭ୍ୟ ଲକ୍ଷ୍ମୀଧର ନହରା, କୃଷ୍ଣ ଚନ୍ଦ୍ର ପ୍ରଧାନ, ଜମ୍ବେଶ୍ଵର ବେହେରା, ସ୍ୱର୍ଗତ ଭଗବାନ ବାରିକ, ସ୍ୱର୍ଗତ ବାଲିଆ ସାହୁ, ସ୍ୱର୍ଗତ ଦୁଃଶାସନ ନାଏକଙ୍କ ନେତୃତ୍ୱରେ ଗଠନ ହୋଇଥିବା ବିଦ୍ୟାଳୟରେ ସେ ୨୦ ବର୍ଷ ହେଲା ବିନା ବେତନରେ ଶିକ୍ଷାଦାନ କରୁଛନ୍ତି। ୨୦୦୮ ମସିହାଠାରୁ ବ୍ଲକ ଗ୍ରାଣ୍ଡ ସ୍କୁଲର ପ୍ରଧାନଶିକ୍ଷକ ଭାବରେ ତାଙ୍କୁ ସ୍ୱୀକୃତି ମିଳିଛି। ସୋମବାର ଦିନ ସେ ସରକାରୀ ଭାବେ ଅବସର ଗ୍ରହଣ କରିଛନ୍ତି।

ତାଙ୍କୁ ସ୍କୁଲ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଶିବ ସାହୁ, ଲକ୍ଷ୍ମୀଧର ନହରା, ଜମ୍ବେଶ୍ଵର ବେହେରା, ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ, ସହ ଶିକ୍ଷକ ମନୋଜ କୁମାର ଦାସ, ରମେଶ କୁମାର ନାଥ, ଗୁପ୍ତା ସାହୁ, ଦୟାନିଧି ସ୍ୱାମୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ନାଏକ, ମଧୁସ୍ମିତା ସେନାପତି, ଜିତା ସ୍ୱାଇଁ, ସଂଗ୍ରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରୋଜ ସାହୁ, ଭବାନୀ ଶଙ୍କର ସାହୁ, ଅଖିଳ ସାହୁ, ସୌଭାଗ୍ୟ ଦାସ, ସୁନିଲ୍ ସାହୁ, ଅନନ୍ତ ବେହେରା, ରଞ୍ଜନ ବେହେରା , ବିରଞ୍ଚି କୁମାର ସାହୁ ଓ ବହୁ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Share

Leave a Reply