ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରୀବିଡା ଗ୍ରାମରୁ ରବିବାର ଏକ ୧୦ଫୁଟିଆ ଅଜଗର ଉଦ୍ଧାର ହୋଇଛି। କଣିହାଁ ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ସୌରଭ ଚନ୍ଦ୍ର ପ୍ରଧାନ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ, ସାନତ୍ରୀବିଡା ଗ୍ରାମର ଅଜୟ ବିଶ୍ବାଳଙ୍କ ଘର ପଛପାଖରେ ରାତିରେ ଅଜଗର ଦେଖି ଭୟଭୀତ ହୋଇଯାଇଥିଲେ। ଟୋଲକବେଡ଼ା ଗ୍ରାମର ସୌରଭଙ୍କୁ ଖବର ଦେବାପରେ ସେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ସେ ସାପକୁ ଉଦ୍ଧାର ପରେ କଣିହାଁ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଜଙ୍ଗଲରେ ଛାଡ଼ିଥିଲେ।