ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଦଶମୀ ପୂଜା ସୋମବାର ସମ୍ପନ୍ନ ହୋଇଛି। ସକାଳେ ସୂର୍ଯ୍ୟପୂଜା, ଗୋ ପୂଜା, ଦଶମୀ ପୂଜା, ଅପରାଜିତା ପୂଜା, ସନ୍ଧ୍ୟାରେ ଆଳତୀ, ଚରୁ ବିତରଣ ଆଦି ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ମଣ୍ଡପରେ ପହଞ୍ଚି ମା’ ଙ୍କ ଆଶିଷ ନେଇଥିଲେ।ସନ୍ଧ୍ୟାରେ ନୃତ୍ୟ ବିଚିତ୍ରା ଓ ଫେସନ ସୋ ଦର୍ଶକଙ୍କୁ ବେଶ ବାନ୍ଧି ରଖିଥିଲା। କୁନିକୁନି ମୋଡେଲ ମାନେ ରାମ୍ପରେ କ୍ୟାଟ ୱାକ କରିଥିଲେ। ସେମାନଙ୍କ ଆଧୁନିକ ଓ ପାରମ୍ପରିକ ବେଶ ଭୁଷା ଦର୍ଶକଙ୍କୁ ବେଶ ଆକର୍ଷଣ କରିଥିଲା। ପୂଜା କମିଟି ପକ୍ଷରୁ ସଭାପତି ଶକ୍ତି ପଟନାୟକ, ସମ୍ପାଦକ ଅନୁପ ମହାନ୍ତି, ଉପଦେଷ୍ଟା ପ୍ରଦୀପ ଦେବତାଙ୍କ ସମେତ ରଶ୍ମି ରଞ୍ଜନ ପ୍ରଧାନ, ଯତୀନ ସେଠି ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜି ଅପରାହ୍ନରେ ଭଷାଣି ସମାରୋହ ଅନୁଷ୍ଠିତ ହେବ।
ବାସନ୍ତୀ ଦୁର୍ଗାପୂଜା ସରିଲା: ଆଜି ଭଷାଣି
- Post published:April 8, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul
You Might Also Like

ଅନୁଗୁଳ ଗସ୍ତରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା: ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, କହିଲେ- ବିଜେଡି ଶାସନକାଳରେ ମହିଳାମାନେ ଅସୁରକ୍ଷିତ

କ୍ରେନ୍ ଅପରେଟରଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ଶଳା ଭାଉଜ ସହ ଅନୈତିକ ସମ୍ପର୍କ ପାଇଁ ଶଳାକୁ ହତ୍ୟା ଯୋଜନା, ସ୍ୱାମୀକୁ ମାରିବାକୁ ସାହାଯ୍ୟ କରିଥିଲା ସ୍ତ୍ରୀ
