ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗାଭଷାଣି ଦେଖିବାକୁ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

You are currently viewing ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗାଭଷାଣି ଦେଖିବାକୁ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ଅନୁଗୁଳ: ଚଳିତ ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ ୧୯ ତମ ମହୋତ୍ସବ ମଙ୍ଗଳବାର ଭଷାଣି ସହ ସମ୍ପନ୍ନ ହୋଇଛି। ସନ୍ଧ୍ୟା ୬ ଘଟିକାରେ ପୂଜା ପଡିଆରୁ ମା’ ବାସନ୍ତୀଙ୍କ ସୁସଜ୍ଜିତ ପଟୁଆର ବାହାରିଥିଲା ଶିଙ୍ଗବାଜା,ଭାଙ୍ଗଡ଼ା, ମ୍ୟୁଜିକାଲଶ, ବିଭିନ୍ନ ଲୋକ ନୃତ୍ୟ ଘଣ୍ଟା ଘଣ୍ଟ,ତୁରୀ ଆଦି ରେ ଚୌଦିଗପ୍ରକମ୍ପିତ ହୋଇଥିଲା।ରାସ୍ତାର ଦୁଇ କଡରେ ଲୋକମାନେ ଠିଆ ହୋଇ ମା’ ଙ୍କୁ ମେଲାଣି ଦେଇଥିଲେ। ସୁସଜ୍ଜିତ ପଟୁଆର ନଗର ପରିକ୍ରମା କରିବା ପରେ ନିକଟସ୍ଥ ଜଳାଶୟ ରେ ବାସନ୍ତୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା।ମା ବାସନ୍ତୀ ଦୁର୍ଗାପୂଜା କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟ ଭଷାଣି ସମାରୋହକୁ ସଞ୍ଚାଳନ କରିଥିଲେ।

Share

Leave a Reply