ରସାୟନ ବିଜ୍ଞାନ ସେମିନାର: ଡ୍ରଗ୍ ରିସର୍ଚ୍ଚ ଉପରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ IICTର ମୁଖ୍ୟ ବୈଜ୍ଞାନିକ

You are currently viewing ରସାୟନ ବିଜ୍ଞାନ ସେମିନାର: ଡ୍ରଗ୍ ରିସର୍ଚ୍ଚ ଉପରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ IICTର ମୁଖ୍ୟ ବୈଜ୍ଞାନିକ

ଅନୁଗୁଳ: ସ୍ଥାନୀୟ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ବାର୍ଷିକ ସେମିନାର ସଫଳତାର ସହ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଓ ବିଦ୍ୟାର୍ଥୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବସନ୍ତ କୁମାର ସାହୁ ଏଥିରେ ସଭାପତିତ୍ଵ କରି ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଗବେଷଣା ଓ ନୂତନ ଉଦ୍ଭାବନ ପାଇଁ ଉତ୍ସାହିତ କରିଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ଅନସୂୟା ମିଶ୍ର ସେମିନାରର ଆଭିମୁଖ୍ୟ ପ୍ରକାଶ କରିବା ସହ ଏହି ଅବସରରେ ବିଭାଗୀୟ ‘ସେମିନାର ବୁଲେଟିନ୍’ ଉନ୍ମୋଚିତ ହୋଇଥିଲା ଓ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଏହି ସେମିନାରରେ ହାଇଦ୍ରାବାଦ IICT ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଦେବେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ “Molecular Mysteries: The Art of Structure Elucidation in Drug Research” ବିଷୟରେ ଏକ ଶିକ୍ଷଣୀୟ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଏଲ୍. ଏନ୍. ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡକ୍ଟର ପ୍ରମୋଦ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ବେଶ୍ ଉତ୍ସାହଜନକ ଭାବେ ସମାପ୍ତ ହୋଇଛି।

Share

Leave a Reply