ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଓ ଏମ.କମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

You are currently viewing ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଓ ଏମ.କମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଏବଂ ଏମ.କମ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱାଗତ କାର୍ଯ୍ୟକ୍ରମ ମାଧ୍ୟମରେ ଉଷ୍ମ ଅଭ୍ୟର୍ଥନା ଜଣାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦେଶକ ଡ. ସୋମେଶ ଦତ୍ତ ଦାଶ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ବ୍ୟବହାରିକ ଦିଗ ସମ୍ପର୍କରେ ଅବଗତ କରାଇଥିଲେ।

ବିଭାଗୀୟ ଉପ-ସଂଯୋଜିକା ଶ୍ରୀମତୀ ସୁଜ୍ଞାନୀ ରଥ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବେ ଅଧ୍ୟୟନ କରିବାକୁ ପ୍ରେରଣା ଦେଇଥିଲେ। ସେ ଗଳ୍ପ ଆକାରରେ ବୃତ୍ତିଗତ ଶିକ୍ଷାର ମହତ୍ତ୍ୱ ଓ ଏହାର ସାଧାରଣ ଶିକ୍ଷାଠାରୁ ଭିନ୍ନତା ଏବଂ ନୂତନ ଚିନ୍ତାଧାରା ଗଢ଼ିବାରେ ଏହାର ଭୂମିକା ବିଷୟରେ ଆଲୋଚନା କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନୀଳାଞ୍ଚଳ ପଟେଲ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। ବିଭାଗୀୟ ମୁଖ୍ୟ ଦୀପକ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କ ପରିଚୟ ଦେଇଥିଲେ। ସେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ଶିକ୍ଷାର ଚାହିଦା ଓ ମହାବିଦ୍ୟାଳୟର ସୁବିଧା-ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟାପିକା ଗାର୍ଗୀ ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ର ସନ୍ଦୀପ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଧ୍ୟାପିକା ଲିପିକା ପରିଡା ଓ ଦିବ୍ୟଜ୍ୟୋତି ସାହୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share

Leave a Reply