ଅନୁଗୁଳ ଓକିଲ ସଂଘର ନିର୍ବାଚନ: ଦିଲୀପ ସଭାପତି, ହିମାଂଶୁ ସଂପାଦକ

0

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଦିଲୀପ ସାହୁ ପୁଣି ଥରେ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ଶ୍ରୀ ସାହୁ ୭୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଲଗାତାର ଚତୁର୍ଥ ଥର ପାଇଁ ଏହି ପଦ ହାସଲ କରିଛନ୍ତି। ଓକିଲ ସଂଘର ବିଭିନ୍ନ ପଦ ପାଇଁ ଶନିବାର ସକାଳ ୮ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା। ଏଥିରେ ମୋଟ ୫୩୮ ଜଣ ମତଦାତା ସେମାନଙ୍କ ଭୋଟ ଦେଇଥିଲେ। ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଛି।

ସଭାପତି ଭାବେ ଲଢୁଥିବା ଦିଲୀପ ସାହୁ ୨୯୬ ଖଣ୍ଡ ଭୋଟ ପାଇଥିଲାବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦୀ ସୋମନାଥ ରାଉତ ୨୨୨ ଖଣ୍ଡ ଭୋଟ ପାଇଛନ୍ତି। ଉପସଭାପତି ଭାବେ ନିରୋଦ କୁମାର ମିଶ୍ର ୨୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସାଧାରଣ ସମ୍ପାଦକ ପାଇଁ ଦ୍ବିମୁଖୀ ପ୍ରତିନ୍ଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ହିମାଂଶୁ ଭୁଷଣ ସାମଲ ତାଙ୍କୁ ୩୦୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ସହସମ୍ପାଦକ ଭାବେ ପ୍ରେମାନନ୍ଦ ସାହୁ ୩୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସଂଘର କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ପ୍ରଧାନ ଓ ସାଂସ୍କୃତିକ ସଂପାଦକ ଭାବେ ପ୍ରଦୀପ ଚନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଛନ୍ତି। ଚଳିତବର୍ଷ ସଂଘର ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ଏଥିରେ ତାଙ୍କୁ ସଂଘର ସଭ୍ୟ ଅଶୋକ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ବେହେରା, ଦିଲୀପ କୁମାର ପ୍ରଧାନ, ଶିବରାମ ଦେହୁରୀ, ହୃଦୟନାଥ ସାହୁ, ନିତ୍ୟରଞ୍ଜନ ପଟ୍ଟନାୟକ, ଧର୍ମେନ୍ଦ୍ରନାଥ ମିଶ୍ର, ସତ୍ୟବ୍ରତ ବିଶ୍ବାଳ, ସତ୍ୟଜିତ ଗଡ଼ନାୟକ, ସୁମନ୍ତ ବିଶ୍ବାଳ, ସିଦ୍ଧେଶ୍ବରୀ ନନ୍ଦନ ମିଶ୍ର, ନିର୍ମଳ ପ୍ରଧାନ, ପ୍ରବୋଧ ମହାପାତ୍ର, ବିଶ୍ବରଂଜନ ସିଂହ ପ୍ରମୁଖ ସହଯୋଗ କରିଥିଲେ। ସେହିଭଳି ଅନୁଗୁଳ ଟାକ୍ସ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅମ୍ବିକା ପ୍ରସାଦ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଲକ୍ଷ୍ମୀକାନ୍ତ ପାଣି, ସମ୍ପାଦକ ଭାବେ ଅମୀନ ନୁରଦିନ, ଯୁଗ୍ମ ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ଦାଶ ଓ କୋଷାଧ୍ୟକ୍ଷ ଭାବେ ବିନୋଦ ପାତୋଡ଼ିଆ ନିର୍ବାଚିତ ହୋଇଛନ୍ତି। ଏହି ସବୁ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

error: Content is protected !!