ବାର୍ ଆସୋସିଏସନ ନିର୍ବାଚନ: ବିଜୟୀ ପ୍ରତିନିଧିଙ୍କୁ ତାଳଚେର ବିଧାୟକଙ୍କ ଶୁଭେଚ୍ଛା

You are currently viewing ବାର୍ ଆସୋସିଏସନ ନିର୍ବାଚନ: ବିଜୟୀ ପ୍ରତିନିଧିଙ୍କୁ ତାଳଚେର ବିଧାୟକଙ୍କ ଶୁଭେଚ୍ଛା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ବାର୍ ଆସୋସିଏସନ ନିର୍ବାଚନ ସମ୍ପନ୍ନ ହୋଇଯାଇଥିବା ବେଳେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ସମସ୍ତ ବିଜୟୀ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କର ସଫଳତା କାମନା କରିଛନ୍ତି।
ଅନୁଗୁଳ ବାର୍ ଆସୋସିଏସନ ନିର୍ବାଚନରେ ଦିଲ୍ଲୀପ କୁମାର ସାହୁ ପୁନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରଭୁ ପ୍ରସାଦ ପ୍ରଧାନ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଆଠମଲ୍ଲିକ ବାର୍ ଆସୋସିଏସନ ନିର୍ବାଚନରେ ସୁଶାନ୍ତ କୁମାର ମହାପାତ୍ର ପୁନର୍ବାର ସଭାପତି ଭାବେ ବିଜୟୀ ହୋଇଛନ୍ତି। ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉପ-ସଭାପତି ଭାବେ ଉଗ୍ରସେନ ସେଠୀ, ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ମୁଖି, ସହ-ସମ୍ପାଦିକା ଭାବେ ନିବେଦିତା ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବେ ସୁନୀଲ କୁମାର ଶାସନୀ ନିର୍ବାଚିତ ହୋଇଛନ୍ତି।

ବିଧାୟକ ଶ୍ରୀ ପ୍ରଧାନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଓକିଲ ସମାଜର ସ୍ୱାର୍ଥ ରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଏହାସହ ନ୍ୟାୟିକ ପ୍ରକ୍ରିୟାରେ ଥିବା ବିଭିନ୍ନ ସମସ୍ୟା ଓ ଅସୁବିଧାଗୁଡ଼ିକୁ ଦୂର କରି ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Share

Leave a Reply