ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ ଆୟୋଜିତ ହୋଇଛି। ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସଂଘର ବାର୍ଷିକ ଆୟବ୍ୟୟର ହିସାବ, ନିର୍ବାଚନ ଅଧିକାରୀ ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଏ ଅବସରରେ ଆସନ୍ତା ନିର୍ବାଚନ ପାଇଁ ବରିଷ୍ଠ ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କୁ ନିର୍ବାଚନ ଅଧିକାରୀ ଭାବେ ମନୋନୀତ କରାଯାଇଛି। ବୈଠକ ଶେଷରେ ସାଧାରଣ ସଂପାଦକ ଧ୍ରୁବଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।