ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ: ନୂତନ ଭବନ ପାଇଁ କୋଟିଏ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ

You are currently viewing ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ: ନୂତନ ଭବନ ପାଇଁ କୋଟିଏ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ନିର୍ବାଚନରେ ବିଜୟୀ ହୋଇଥିବା ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଅପରାହ୍ନରେ କୋର୍ଟ ପରିସରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଜଜ୍ ଦାମୋଦର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ତଥା ସଂଘର ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲା ଜଜ୍ ଶ୍ରୀ ରଥ ନବ ନିର୍ବାଚିତ ସଭାପତି ଦିଲ୍ଲୀପ କୁମାର ସାହୁ, ଉପସଭାପତି ପ୍ରଦୀପ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ନିରୋଦ କୁମାର ମିଶ୍ର, ସହ ସମ୍ପାଦକ ପ୍ରଭୁ ପ୍ରସାଦ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ ଓ ସାଂସ୍କୃତିକ ସମ୍ପାଦକ ଜ୍ୟୋସ୍ନାମୟୀ ସାହୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଏହି ଅବସରରେ ନୂତନ ସଭାପତି ଦିଲ୍ଲୀପ କୁମାର ସାହୁ ସଂଘର ସର୍ବାଙ୍ଗିନ ଉନ୍ନତି ପାଇଁ ସମସ୍ତ ସଭ୍ୟଙ୍କ ସହଯୋଗ କାମନା କରିଥିଲେ। ଅନ୍ୟପଟେ ମୁଖ୍ୟ ଅତିଥି ଜିଲ୍ଲା ଜଜ୍ ଦାମୋଦର ରଥ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଓକିଲମାନଙ୍କ କଲ୍ୟାଣ ଏବଂ ମହକିଲମାନଙ୍କ ସମସ୍ୟା ସମାଧାନରେ ସକ୍ରିୟ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଅନୁଗୁଳ ଓକିଲମାନଙ୍କ ସୁବିଧା ପାଇଁ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ପ୍ରାୟ ଏକ କୋଟି ଟଙ୍କାର ଏକ ବ୍ୟୟ ଅଟକଳ ହାଇକୋର୍ଟଙ୍କ ନିକଟକୁ ପଠାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ।

ଉକ୍ତ ଶପଥ ଗ୍ରହଣ ସମାରୋହରେ ବରିଷ୍ଠ ଆଇନଜୀବୀ ଭାସ୍କର ଚନ୍ଦ୍ର ବେହେରା, ପରମାନନ୍ଦ ମିଶ୍ର, ବସନ୍ତ ଦାସ, ଦୁର୍ଗା ଶଙ୍କର ମିଶ୍ର, ମହେନ୍ଦ୍ର ବସ୍ତିଆ, ଭରତ ପଣ୍ଡା, ଉଦୟ ଶଙ୍କର ମିଶ୍ର, ଅଜିତ ବିଷୋୟୀ, ଭୂପେଶ ପ୍ରଧାନ, ଦିଲ୍ଲୀପ ଦାସ, ଦ୍ୱାରିକା ପ୍ରସାଦ ନନ୍ଦ, ଗୋପାଳ ନାଥ, ରଜତ ଦାଶ, ହେମନ୍ତ ସାହୁ, ଗଣେଶ ସାହୁ, ରମେଶ ସାହୁ, ସୁଦିପ ମିଶ୍ର, ଶତ୍ରୁଘ୍ନ ସାହୁ ଓ ବିପିନ ସାହୁଙ୍କ ସମେତ ସହରର ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share

Leave a Reply