ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲସଂଘ ତରଫରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଗୁରୁବାର ସଂଘ କାର୍ଯ୍ୟାଳୟରେ ଏ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟାଟା ପାୱାର କମ୍ପାନୀ ବିଦ୍ୟୁତ ସେବା ହାତକୁ ନେବାପରେ ଉପଭୋକ୍ତାମାନେ ଶୋଷଣର ଶିକାର ହେଉଛନ୍ତି ବୋଲି ମତ ରଖିଥିଲେ। ବାରମ୍ବାର ବିଦ୍ୟୁତ କାଟ, ବିନା କାରଣରେ ମିଟର ବଦଳାଇବା, ଲୋ ଭୋଲଟେଜ୍, ଦେଢ଼ ମାସିଆ ବିଲ ଦେଇ ଅଧିକ ବିଲ ସଂଗ୍ରହ କରିବା, ବିନା ପରିଚୟପତ୍ରରେ ଘରେ ପଶି ଜନସାଧାରଣଙ୍କୁ ଧମକାଇବା, ମିଛ ମାମଲାରେ ଫସାଇବା ଭଳି ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଏହାର ସୁଫଳ ଜନସାଧାରଣ ନପାଇବାରୁ ବାଧ୍ୟ ହୋଇ ଓକିଲମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସଂଘ ଚେତାବନୀ ଦେଇଛି। ଏହି ଆନ୍ଦୋଳନରେ ବ୍ୟବସାୟୀ ସଂଘ, ବଜାର କମିଟି, ସାମାଜିକ ଅନୁଷ୍ଠାନ ଓ ଜନସାଧାରଣ ସାମିଲ ହେବେ ବୋଲି ଆଲୋଚନା କରାଯାଇଥିଲା। ବୈଠକରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।
ବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ଚେତାବନୀ
- Post published:August 12, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul