କୁଚ-ବିହାର ଟ୍ରଫିରେ ଅନୁଗୁଳ ବ୍ୟାଟରଙ୍କ କମାଲ: ଧୂଆଁଧାର ଦ୍ୱିଶତକ

You are currently viewing କୁଚ-ବିହାର ଟ୍ରଫିରେ ଅନୁଗୁଳ ବ୍ୟାଟରଙ୍କ କମାଲ: ଧୂଆଁଧାର ଦ୍ୱିଶତକ

ଅନୁଗୁଳ: ବରଗଡ଼ ଠାରେ ଚାଲିଥିବା ୧୯ ବର୍ଷରୁ କମ କୁଚ-ବିହାର ଟ୍ରଫିରେ ଓଡ଼ିଶାର ପ୍ରଦର୍ଶନ ଭଲ ନ ଥିଲେ ବି ଅନୁଗୁଳ ବ୍ୟାଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୫୦୩ /୭ ରନ କରିଥିବା ବେଳେ ଓଡ଼ିଶାର ଆରମ୍ଭ ନିରାଶ ଜନକ ହୋଇଥିଲା। ପ୍ରଥମ ତିନି ଜଣ ଶୁନରେ ଆଉଟ୍ ହୋଇଥିବାବେଳେ ଅନୁଗୁଳ ବ୍ୟାଟର ଶ୍ରେୟାଂଶ ଭରଦ୍ୱାଜ ଅନ୍ୟ ବ୍ୟାଟରଙ୍କ ସାହାଯ୍ୟରେ ୨୫୬ ରନର ମାରାଥନ ଇନୀଙ୍ଗସ ଖେଳିଥିଲେ।

୩୯୧ଟି ବଲ ଖେଳି ୨୬ ଟି ଚୌକା ଓ ୯ ଟି ବିଶାଳ ଛକା ସାହାଯ୍ୟରେ ସେ ଏହି ରନ କରିଥିଲେ। ଓଡ଼ିଶା ଆଜିର ଖେଳ ସୁଦ୍ଧା ୭ ୱିକେଟ ବିନିମୟରେ ୪୧୩ ରନ କରିଛି।

Share

Leave a Reply