ବିଜେଡି ପକ୍ଷରୁ ସମୂହ ଦୀପ ଦାନ ଓ ନିରବ ପ୍ରାର୍ଥନା

You are currently viewing ବିଜେଡି ପକ୍ଷରୁ ସମୂହ ଦୀପ ଦାନ ଓ ନିରବ ପ୍ରାର୍ଥନା

ଅନୁଗୁଳ: ଦୁଇଦିନ ପୂର୍ବେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ତଥା ସଂଗଠକ ଅମିତ୍ କୁମାର ସାହୁ ଏବଂ ନକେଇପଶି ଗ୍ରାମର ବିସ୍ମୟ ଦାସଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆକସ୍ମିକ ମୃତ୍ୟୁ ହୋଇଯାଇଛି। ଏହି ଅବସରରେ ରବିବାର ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଉଭୟଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ବିଜୁ ଜନତା ଦଳ ପକ୍ଷରୁ ସମୂହ ଦୀପ ଦାନ ଓ ନିରବ ପ୍ରାର୍ଥନା କରାଯାଇଥିଲା।

ଏଥିରେ ଜିଲ୍ଲା ବିଜେଡ଼ି ସଭାପତି ତଥା ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ, ପୂର୍ବତନ ସାଂସଦ ଢ଼େଙ୍କାନାଳ ମହେଶ ସାହୁ, ପୂର୍ବତନ ଉପ ବାଚସ୍ପତି ତଥା ବିଧାୟକ ଅନୁଗୁଳ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ପାଲଲହଡା ମୁକେଶ ପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୁଳ ପୌରପରିଷଦ ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ବିଜେଡିର ବରିଷ୍ଠ ନେତା ଶକ୍ତିପ୍ରସାଦ ପଟ୍ଟନାୟକ, ବିଜେଡ଼ିର ବରିଷ୍ଠ ନେତା ବିପ୍ଳବ ଜେନା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ, ଅନୁଗୁଳ ଜିଲ୍ଲାର ସମସ୍ତ ପଦାଧିକାରୀ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply