ଅନୁଗୁଳ ବିଜେପିର ମିଶ୍ରଣ ପର୍ବ

You are currently viewing ଅନୁଗୁଳ ବିଜେପିର ମିଶ୍ରଣ ପର୍ବ

ଅନୁଗୁଳ: ବିଜେପିର ମିଶ୍ରପଡା ସ୍ଥିତ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦାନ କରିଛନ୍ତି।

ଏହି ମିଶ୍ରଣ ପର୍ବରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବଅଁରପାଳ ପଞ୍ଚାୟତ ର ସରପଞ୍ଚ ବିଜେଡି ନେତ୍ରୀ ଶ୍ରୀମତୀ ଅନୁସୂୟା ଗଡନାୟକ, ବିଜେଡି ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ପ୍ରତାପ ରାଉତ, ବିଜେଡ଼ି ସମର୍ଥିତ ୱାର୍ଡ ମେମ୍ବର ମନୋଜ କୁମାର ସାହୁ, କୀର୍ତ୍ତନ ଗୋଛାୟତ, କମଳୀନୀ ନାଏକ, ବିଜେଡ଼ି ନେତା ଶ୍ୟାମଘନ ନାଏକ, ପ୍ରଶାନ୍ତ ନାଏକ, ଯୋଗେଶ୍ଵର ନାଏକ, ପ୍ରଶାନ୍ତ ରାଉତ, ସୁବ୍ରତ ସାହୁ, ଶିବାନନ୍ଦ ଦାସ, ବିଶ୍ଵନାଥ ନାଏକ, କାଳିଆ ସାହୁ, ମନୋଜ ସାହୁ, ରକି ବେହେରା, ପ୍ରକାଶ ରାଉତ, ଅନୁପମା ରାଉତ, ରଞ୍ଜିତା ବେହେରା, ବିକାଶ ଗୋଛାୟତ, ଶୁଭଙ୍କର ଗୋଚ୍ଛାୟତ ଓ ସୁଶିଲ ଗୋଚ୍ଛାୟତ ଯୋଗଦାନ କରିଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଦିଲୀଊପ ରାଉତ, ବିଜେପି ବଅଁରପାଳ ମଣ୍ଡଳର ସଭାପତି ସୁବ୍ରତ ସାହୁ, ବଅଁରପାଳ ପଞ୍ଚାୟତ ବିଜେପି ସଭାପତି ଅନାମ ସାହୁ, ବିଜେପି ନେତା କୁମର ନାଏକ, ବୀରେନ ନାଏକ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ପ୍ରଧାନ ସମସ୍ତଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ।

Share

Leave a Reply