ଅନୁଗୁଳ ସେଣ୍ଟ୍ରାଲ ଗଣେଶ ପୂଜା କମିଟିର ସଭା, ମେଡିକାଲ ସାମ୍ନାରେ ସାଉଣ୍ଡ କମାଇବାକୁ ନିଷ୍ପତ୍ତି

You are currently viewing ଅନୁଗୁଳ ସେଣ୍ଟ୍ରାଲ ଗଣେଶ ପୂଜା କମିଟିର ସଭା, ମେଡିକାଲ ସାମ୍ନାରେ ସାଉଣ୍ଡ କମାଇବାକୁ ନିଷ୍ପତ୍ତି

ଅନୁଗୁଳ: ସ୍ଥାନୀୟ ମିଶ୍ରପଡ଼ା ସ୍ଥିତ ହୋଟେଲ ଠାରେ ଅନୁଗୁଳ ସେଣ୍ଟ୍ରାଲ ଗଣେଶ ପୂଜା କମିଟିର ଏକ ସଭା ଅନୁଷ୍ଠିତ ହୋଇଛି। ସଭାରେ ସେଣ୍ଟ୍ରାଲ ପୂଜା କମିଟି ସଭାପତି ସୌମ୍ୟରଞ୍ଜନ ସାହୁ, ସମ୍ପାଦକ ଦୀପୁନ ବେହେରା, ଉପସଭାପତି ଆକାଶ ମହାରଣା, ଶାନ୍ତନୁ ସେଠୀ, ସହସମ୍ପାଦକ ସୁଶୀଲ ମୁଖି, କୋଷାଧ୍ୟକ୍ଷ ସୁଶାନ୍ତ ସାମଲ, ଉପଦେଷ୍ଟା ଭାବେ ବ୍ରହ୍ମଜ୍ୟୋତି ମିଶ୍ର, ସୂର୍ଯ୍ୟକାନ୍ତ ନନ୍ଦ, ପ୍ରଦ୍ୟୁମ୍ନ ସାହୁଙ୍କ ସହିତ ମୋଟ ୧୫ଟି ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟ ଉପସ୍ଥିତ ଥିଲେ।

ପ୍ରଥମେ ଆମ ପୂଜା କମିଟିର ସଦସ୍ୟ ରାଜେଶ ମିଶ୍ର ଓ ଦେବାଶିଷ ମିଶ୍ରଙ୍କ ପିତା ଯଜ୍ଞସ୍ୱର ମିଶ୍ରଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ନିରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ପୂଜା କମିଟିଙ୍କୁ କ୍ରମାଗତ ଭାବେ ଟୋକନ ଦିଆଯାଇଥିଲା। ଯାହାର ଯେଉଁ ନମ୍ବର ହେଲା ସେ ପୂଜା କମିଟି ତାକୁ ମାନି କ୍ରମାଗତ ଭାବେ ମେଢ଼ ନେଇ ଯେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ମେଢ଼ ନେଲା ବେଳେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ପାଖରେ ସାଉଣ୍ଡ କମାଇବେ ବୋଲି ନିଷ୍ପତ୍ତି ହୋଇଛି। ଯେଉଁ ପୂଜା କମିଟି ଆଇନ ଅମାନ୍ୟ କରିବେ କିମ୍ବା ଆଇନକୁ ହାତକୁ ନିଅନ୍ତି ସେଣ୍ଟ୍ରାଲ ପୂଜା କମିଟି ତାଙ୍କର କୌଣସି ବି କଥାକୁ ଗୁରୁତ୍ୱ ଦେବ ନାହିଁ। ସେଣ୍ଟ୍ରାଲ ପୂଜା କମିଟି ପୂଜା ପ୍ରୋସେସନ ସରିବା ପରେ ସେପ୍ଟେମ୍ବର ୭ରେ ପୁନର୍ବାର ସଭା ବସିବ ଓ ସମସ୍ତ ହିସାବ କିତାବ ହେବ ବୋଲି ସ୍ଥିର ହୋଇଛି।

Share

Leave a Reply