ଅନୁଗୁଳ କ୍ଲାସିକ ବଡ଼ି ବିଲଡିଂ ଚାମ୍ପିୟନସିପ୍: ଚାମ୍ପି୍ୟାନ୍ସ ଅଫ ଦି ଚମ୍ପିୟାନ ହେଲେ ପୁରୀର ସୁପ୍ରତିଭ ଖୁଣ୍ଟିଆ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ସଭାଗୃହଠାରେ ଅନୁଗୁଳ କ୍ଲାସିକ ବଡ଼ି ବିଲଡିଂ ଚାମ୍ପିୟନସିପ୍ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ପୌରୋହିତ୍ୟରେ ଶନିବାର ଅପରାହ୍ନରେ ଆୟୋଜିତ ହୋଇଛି।

ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମୋଟ ୧୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବଡ଼ି ବିଲଡିଂରେ ୭ଟି ବିଭାଗରେ ମୋଟ ୭୫ ଜଣ ଭାଗ ନେଇଥିଲେ। ବଡି ବିଲ୍ଡିଂରେ ଚାମ୍ପି୍ୟାନ୍ସ ଅଫ ଦି ଚମ୍ପିୟାନ ଭାବେ ପୁରୀର ସୁପ୍ରତିଭ ଖୁଣ୍ଟିଆ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଥିଲେ। ସେହିଭଳି ସିନିୟର ବିଭାଗ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମୋଟ ୩୨ ଜଣ ପ୍ରତିଯୋଗୀ ଯୋଗ ଦେଇଥିବାବେଳେ ଚମ୍ପିୟାନ ଅଫ ଚମ୍ପିୟାନ ଭାବେ ପୁରୀର ଗୁରୁ ପ୍ରସାଦ ସାହୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଜିତିଥିଲେ। ସେହିପରି ଜୁନିଅର ବିଭାଗରେ ୨୩ ଜଣ ପ୍ରତିଯୋଗୀ ମଧ୍ୟରୁ ଚମ୍ପିୟାନ ଅଫ ଦି ଚମ୍ପିୟାନ ଭାବେ ଢେଙ୍କାନାଳର ଶୁଭଙ୍କର ରାଉତ ୫୦ ହଜାର ଟଙ୍କା ପୁରସ୍କାର ରାଶି ଜିତିଥିଲେ।

ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ଥିଲେ ମୁମ୍ବାଇର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବଡି ବିଲଡର ସିଦ୍ଧାର୍ଥ ଜୈଶ୍ୱାଲ।ଭୁବନେଶ୍ୱରର ସାମାଜିକ କର୍ମୀ ବିଜନ ବାରିକ, ଟିଟିଲାଗଡ଼ର ସନ୍ତୋଷ ମହାନ୍ତି, ସମ୍ବଲପୁରର ଅମିତାଭ ପରିଡା ଓ ନିଶାନ୍ତ ବହିଦାର କାର୍ଯ୍ୟକ୍ରମ ପରିଚାଳନା।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଜି. ଜି. ସାମନ୍ତ, ଆଇ ପି ଇ ପ୍ରଶାନ୍ତ କୁମାର ସିହ୍ନା, ତାଳଚେର ଉପଖଣ୍ଡ କ୍ରୀଡା ସମ୍ପାଦକ ପେସ୍କାର ଗଡ଼ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୈଳାଶ ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!