ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ନିର୍ବାଚନ ଆପାତତଃ ଆଜି ସରି ଯାଇଛି।ନିର୍ବାଚନ ଅଧିକାରିଙ୍କ ରୁଲିଂ ଅନୁସାରେ ଆଜି ନାମାଙ୍କନ ପତ୍ର ଦାଖଲର ଦିନଥିଲା। କିନ୍ତୁ ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିବା ଘୋଷଣା ହେଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଚାରି ବର୍ଷିଆ ନିର୍ବାଚନ ହେଉଥିବାରୁ କିଛି ପ୍ରତିଦ୍ବନ୍ଦିତା ହେବ ବୋଲି ଆଶା କରାଯାଉଥିଲା।ହେଲେ ଦୁଇ ତିନିଟି ସମାଧାନ ବୈଠକ ପରେ ସମସ୍ତ କଳ୍ପନାଜଳ୍ପନା ହଟି ଯାଇଥିଲା ଏବଂ ଯେଉଁ ମାନେ ଥିଲେ ସେମାନେ ପୁଣି ଚାରି ବର୍ଷ ପାଇଁ ଦାୟିତ୍ବ ପାଇଲେ।ସଭାପତି ଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଭାତ କୁମାର ସିହ୍ନା, ଅରୁଣ କୁମାର ପୁଷ୍ପାଳକ, ସମ୍ପାଦକ ଭାବେ ସାଗର ନାଥ ମିଶ୍ର, ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ, ସତ୍ୟେନ୍ଦ୍ର ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବେ ରଞ୍ଜନ ଧିର ସାମନ୍ତ ନିର୍ବାଚିତ ହୋଇଥିଲେ।ବରିଷ୍ଠ ଆଇନଜୀବି ଭୂପେଶ ଚନ୍ଦ୍ର ପ୍ରଧାନ ଏବଂ ପ୍ରଶାନ୍ତ ରଥ ନିର୍ବାଚନ ପରିଚାଳନା କରିଥିଲେ।
ଅନୁଗୁଳ କ୍ରିକେଟ ଆସୋସିଏସନ୍ନିର୍ବାଚନ
- Post published:February 9, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


