ମାର୍ଚ୍ଚ ୧ରୁ ଅନୁଗୁଳ କପ୍: ଭାଗ ନେବେ ୬ ଆନ୍ତଃରାଜ୍ୟ ଟିମ୍

You are currently viewing ମାର୍ଚ୍ଚ ୧ରୁ ଅନୁଗୁଳ କପ୍: ଭାଗ ନେବେ ୬ ଆନ୍ତଃରାଜ୍ୟ ଟିମ୍

ଅନୁଗୁଳ: ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ କପ୍ ୨୦୨୫ ଆସନ୍ତା ମାର୍ଚ୍ଚ ୧ ତାରିଖଠାରୁ ଆରମ୍ଭ ହୋଇ ୨ ତାରିଖ ଯାଏଁ। ଏହି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର କିଟ ଭଲିବଲ, ସୂର୍ଯ୍ୟଶିଖା ଭଲିବଲ, ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର, ବାସନ୍ତୀ ଭଲିବଲ ଏବଂ ରାଜ୍ୟ ବାହାରର ହରିଆନା ସ୍ପାଇକର୍ସ ଓ ଉତ୍ତରପ୍ରଦେଶ ୟଙ୍ଗ ଷ୍ଟାର ପ୍ରମୁଖ ୬ ଟି ଦଳ ଭାଗ ନେବେ।
ମାର୍ଚ୍ଚ ୧ ତାରିଖ ଅପରାହ୍ନ ୨ ଟା ବେଳେ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେବାକୁ ଥିବା ବେଳେ ଚଳିତ ବର୍ଷ ପୁରାତନ ଭଳିବଲ ଖେଳାଳି ଓ ଭଲ ଆୟୋଜନ କରୁଥିବା ଅନୁଷ୍ଠାନକୁ ମଧ୍ୟ ପୁରସ୍କୃତ କରାଯିବ। ଏ ନେଇ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଆଜି ବାସନ୍ତୀ ଦୁର୍ଗା ପୂଜା ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରତାପ ମାଝୀ, ସମ୍ପାଦକ ରଶ୍ମି ରଞ୍ଜନ ପ୍ରଧାନ, କୋଚ୍ ଦିବ୍ୟ ରଞ୍ଜନ ବେହେରା, କୋଷାଧ୍ୟକ୍ଷ ସମରେଶ ନାଥ ଓ ନୌଷଦ ଅଲ୍ଲୀ, ଅନୁପ ମହାନ୍ତି, ଯତୀନ ସେଠୀ, ଉପଦେଷ୍ଟା ଶକ୍ତି ପଟ୍ଟନାୟକ, ପ୍ରଦୀପ ଦେବତା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply