ଅନୁଗୁଳ: ଆଜି ପ୍ରକାଶ ପାଇଛି କର୍ଣ୍ଣାଟକ ନିର୍ବାଚନର ଫଳାଫଳ। ଚଳିତ ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଅନୁଗୁଳ ଜିଲ୍ଲା କଂଗ୍ରେସ ତରଫରୁ ବିଜୟ ଉତ୍ସବ ପାଳିତ ହୋଇଛି।
ଏ ଅବସରରେ ଜିଲ୍ଲା ଓବିସି ସେଲ୍, ଜିଲ୍ଲା ଏସି.ଏସଟି ସେଲ୍, ଜିଲ୍ଲା ଲିଗାଲ ସେଲ୍, ଜିଲ୍ଲା ଯୁବ କଂଗ୍ରେସ, ଜିଲ୍ଲା ମହିଳା କଂଗ୍ରେସ ଓ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ରାଜା ଛକ ଠାରେ ବିଜୟ ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କୁ ମିଷ୍ଟାନ ବଣ୍ଟନ କରାଯିବା ସହିତ ଆନନ୍ଦ ଉଲ୍ଲାସରେ ବାଜା ବଜାଇ ଆତଶ ବାଜି କରି ବିଜୟ ଉତ୍ସବ ପାଳନ କରିଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ସାହୁ, ଧର୍ମେନ୍ଦ୍ର ମିଶ୍ର, ପ୍ରବୋଧ ସ୍ବାଇଁ, ନୀଳକଣ୍ଠ ନାଏକ, ଟିକନ ବେହେରା, ଚିତ ନାଏକ, ରମାକାନ୍ତ ପ୍ରଧାନ, ରାକେଶ ମିଶ୍ର, ଭଗବାନ ମହାନ୍ତି, ସଂଗ୍ରାମ ବେହେରା, କାସିଦା ଖାଁ, ଅଭିଷେକ ନାୟକ, ଲୁଟୁ ରଞ୍ଜନ ଥାପା, ମାନିନୀ ପ୍ରଧାନ, ସଂଗ୍ରାମ ବେହେରା, ଆତିସ ନାୟକ, ସୋଭିଏତ ମହାପାତ୍ର, ଶୁଭମ୍ ସାହୁ, ଲୁଲୁ ଥାପା, ସୌମ୍ୟରଞ୍ଜନ ବେହେରା, ତୁଷାରକାନ୍ତ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।