ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ ସଭା ଆୟୋଜିତ

You are currently viewing ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ ସଭା ଆୟୋଜିତ

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ କମିଟିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏ.ଆଇ.ସି.ସି. ସେକ୍ରେଟାରୀ ସାହାନୱାଜ୍ ଚୌଧୁରୀ ମୁଖ୍ୟ ଅତିଥି, ଢେଙ୍କାନାଳ ସାଂସଦ ପ୍ରାର୍ଥିନୀ ସସ୍ମିତା ବେହେରା, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ନରୋତ୍ତମ ନାୟକ, ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ, ପାଳଲହଡ଼ା ବିଧାୟକ ପ୍ରାର୍ଥୀ ଫକୀର ସାମଲ, ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ହିମାଂଶୁ ଚାଉଳିଆ, ଓବିସି ସଭାପତି ବିଜୟାନନ୍ଦ ଚାଉଳିଆ, ପାଳଲହଡ଼ା ପୂର୍ବତନ ପ୍ରାର୍ଥୀ ସୁବ୍ରତ ଗଡ଼ନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧୀର, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଅକ୍ଷୟ ବିଶ୍ବାଳ, ସନତ ପ୍ରଧାନ, ଭଜମନ ଦାସ, ସୁନୀଲ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ହେମନୁ ମାହାଳିକ, ସୌମେନ୍ଦ୍ର ଦେହୁରୀ, ପରେଶ ଜେନା, ଜୟନ୍ତ ସାହୁ, ଦିଗାମ୍ବର ଗଡ଼ନାୟକ, ଏଲ୍. ମାଣିକ୍ୟପ୍ରଭା, କସିଦା ଖାନ, ନୀଲକମଲ ସେଠୀ, କେଶବ ଭୂତିଆ, ରୁପାଦିତ୍ୟା ମହାପାତ୍ର, ଧର୍ମେନ୍ଦ୍ର ମିଶ୍ର, ଉମେଶ ସାହୁ, ସହଦେବ ବେହେରା, ଆଲୋକ ଦେହୁରୀ, ହିମାଂଶୁ ଧଳ, ବାବୁ ଦଳବେହେରା, ତପନ ପ୍ରଧାନ, ରମାକାନ୍ତ ପ୍ରଧାନ, ଡମ୍ବରୁ ଅମାନ୍ତ, ଟିକନ ସାମଲ, ତ୍ରିଲୋଚନ ସାହୁ, ଲୋକନାଥ ସାହୁ, ଚୌଧୁରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଅପରାହ୍ନରେ ଜିଲ୍ଲା କଂଗ୍ରେସ ଭବନ ଠାରେ ଶ୍ରୀ ଚୌଧୁରୀ ସାମ୍ବାଦିକଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀଙ୍କ ପାଇଁ ଜାତିଗତ ଜନଗଣନା ହୋଇଛି ବୋଲି କହିଥିଲେ। ଏହାକୁ କଂଗ୍ରେସର ବିଜୟ କହି ବାଜା ବଜାଇ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଥିଲା ଦଳ।

Share

Leave a Reply