ରେଫର କରିବାରେ ଆଗରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦନ୍ତ ଚିକିତ୍ସା ସରଞ୍ଜାମ ଥାଇ ବି ବାହାରକୁ ଯାଉଛନ୍ତି ରୋଗୀ

You are currently viewing ରେଫର କରିବାରେ ଆଗରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦନ୍ତ ଚିକିତ୍ସା ସରଞ୍ଜାମ ଥାଇ ବି ବାହାରକୁ ଯାଉଛନ୍ତି ରୋଗୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ଡାକ୍ତର ନିଜେ ରୋଗୀ ସେବା କରିବେ କଣ ରୋଗୀଙ୍କୁ ଅନ୍ୟତ୍ର ଯିବାକୁ ଇଙ୍ଗିତ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ହସ୍ପିଟାଲର ଭିତ୍ତିଭୂମି ଠାରୁ ଆରମ୍ଭ କରି ଉନ୍ନତ ଯନ୍ତ୍ରପାତି ର ସରଞ୍ଜାମ ଖଞ୍ଜି ଥିଲେ ବି ରୋଗୀମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅଧିକ ହଇରାଣ ହେଉଛନ୍ତି ପ୍ରସୂତୀ ଆଉ ଦୁର୍ଘଟଣାଗ୍ରସ୍ତ ଲୋକେ। ଡାକ୍ତରମାନେ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପରିବର୍ତ୍ତେ ବାହାର ହସ୍ପିଟାଲକୁ ରେଫର କରୁଛନ୍ତି। ଫଳରେ ଏହି ହସ୍ପିଟାଲ ଥିବା ନ ଥିବା ସହ ସମାନ ହୋଇଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ଚକ୍ଷୁ, ଦନ୍ତ, ଚର୍ମ, ଅସ୍ଥି, ଶଲ୍ୟ,ଭେଷଜ ଆଦି ବିଭାଗରେ ଆବଶ୍ୟକ ଡାକ୍ତର ନାହିଁ। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦନ୍ତ ବିଭାଗ କେବଳ ଏକ ବର୍ଷରୁ ୧୮ ବର୍ଷ ଯାଏଁ ପିଲାଙ୍କ ବ୍ୟତୀତ ଓପିଡିରେ ଦୁଇ ବର୍ଷ ହେଲାଣି ରୋଗୀ ସେବା ପାଇ ପାରିନାହାନ୍ତି। ଏଠାରେ ଡାକ୍ତରମାନେ ପରୋକ୍ଷରେ ବାହାରେ ଚିକିତ୍ସା କରାଇ ନେବାକୁ ଇଙ୍ଗିତ କରୁଛନ୍ତି ବୋଲି ରୋଗୀମାନେ ଅଭିଯୋଗ କରୁଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦନ୍ତ ବିଭାଗ ସ୍ୱାସ୍ଥ୍ୟ ସେବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆଧୁନିକ ଯନ୍ତ୍ରାଂଶ, ସରଞ୍ଜାମ ଖଞ୍ଜା ଯାଇଛି। ମାତ୍ର ଦୁଇବର୍ଷ ହେଲାଣି ଗୋଟିଏ ବି ରୋଗୀ ସେବାରେ ଲାଗୁନି। ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଦନ୍ତ ବିଭାଗର ମୁଖ୍ୟ ସାମଗ୍ରୀ ମଧ୍ୟରେ ଡେଣ୍ଟାଲ ଚେୟାର, କମ୍ପ୍ରେସ ୟୁନିଟ, ଆରଭିଜି ୟୁନିଟ, ଏକ୍ସ-ରେ ଭିୟୁର, ମୋଟରାଇଜ ସକ୍ସନ, ମାଇକ୍ରୋ ମଟର, ଅଟୋକ୍ଲଭ, ଷ୍ଟେରିଲାଇଜର ସବୁ ଥାଇ ବ୍ୟବହାରରେ ଆସୁ ନଥିବା ବେଳେ ଡାଇଗ୍ନିଷ୍ଟିକ ଇନଷ୍ଟରୁମେଣ୍ଟ, ସର୍ଜିକାଲ ଇନଷ୍ଟରୁମେଣ୍ଟ ଆଦି ରୋଗୀ ସେବାରେ ଆସୁନି। ଏଥିପାଇଁ ବାହାର ଘରୋଇ କ୍ଲିନିକ ଉପରେ ନିର୍ଭର କରିବାକୁ ପଡୁଛି। ଫଳରେ ସ୍ୱଳ୍ପ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ରୋଗୀ ଘରୋଇ କ୍ଲିନିକ ରେ ଅର୍ଥ ଶୋଷଣ ରେ ଶିକାର ହେଉଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Share

Leave a Reply