ଅନୁଗୁଳ ଜିଲ୍ଲା ୱେବସାଇଟ୍ ଓ ଅନଲାଇନ୍ ଇନସେଣ୍ଟିଭ୍ ପରିଚାଳନା ସିଷ୍ଟମ ପୋର୍ଟାଲ୍ ଲୋକାର୍ପିତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଇଁ ଏକ ନୂତନ ୱେବସାଇଟ୍‌ www.angul.odisha.gov.in ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଛି। ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ସହିତ ଇ-ଗଭର୍ଣ୍ଣାନ୍ସ କାର୍ଯ୍ୟକୁ ଲୋକାଭିମୁଖୀ କରିବା ପାଇଁ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତ ବେହେରା ଯୋଗଦେଇ କହିଥିଲେ ଯେ ନୂତନ ୱେବସାଇଟ ଜରିଆରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମିବ ଓ ନାଗରିକ କେନ୍ଦ୍ରିତ ଶାସନ ସୁଦୃଢ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ଓସିଏସି ଦ୍ବାରା ବିକଶିତ ଅନଲାଇନ ଇନସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମକୁ ମଧ୍ୟ ଲୋକାର୍ପିତ କରିଛନ୍ତି। ଏହି ଅନଲାଇନ୍‌ ସିଷ୍ଟମ ଉପରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡିଶା ଏକ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଆଇଟି- ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରିଜ୍‌ ପାଇଁ ପ୍ରୋତ୍ସାହନ
ପରିଚାଳନା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିଛି।

ସୂଚନା ଥାଉକି ଏହି ଅନଲାଇନ୍ ଇନସେଣ୍ଟିଭ୍ ପରିଚାଳନା ସିଷ୍ଟମ ପୋର୍ଟାଲ୍ ସାହାଯ୍ୟରେ ଉଦ୍ୟୋଗୀମାନଙ୍କୁ ଆବେଦନ ଦାଖଲ କରିବାରେ ସହଜ ହୋଇଥାଏ, ଯାହା ସେମାନଙ୍କ ପ୍ରୋତ୍ସାହନକୁ ଓଡିଶାର ଆଇଟି, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର, ବିପିଓ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫେବଲ୍ସ ନୀତି ଅନୁଯାୟୀ ଅନୁମୋଦନ
କରିବାକୁ ଅନୁମତି ଦେଇଥାଏ। ଅନଲାଇନ ପୋର୍ଟାଲ୍ ଆବେଦନ ସ୍ଥିତିର ରିଅଲ୍-ଟାଇମ୍ ଟ୍ରାକିଂକୁ ସହଜ କରିଥାଏ ଏବଂ ଆବେଦନକାରୀଙ୍କୁ ଇମେଲ୍, ଏସଏମଏସ ସହିତ ବିଭିନ୍ନ ସ୍ତରର ପ୍ରକ୍ରିୟାକରଣ ବିଷୟରେ ସୂଚିତ କରିବ।

କାର୍ଯ୍ୟକ୍ରମରେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ OCAC ର ସିଇଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ 5ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପରିଚାଳନା କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା କାର୍ଯ୍ୟାଳୟର ଓସୱାନ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉପସ୍ଥିତ ରହି ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧ୍ୟକ୍ଷ ସୁବ୍ରତ ଚାଟାର୍ଜୀ ଏବଂ ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପରିଚାଳକ ଦେବଦତ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!