କୋଲକାତାରେ ଅନୁଗୁଳ ଛାତ୍ରଛାତ୍ରୀଙ୍କ ଦବଦବା: ପଞ୍ଚମ ପ୍ରୋଗ୍ରେସିଭ ତାଇକୋଣ୍ଡୋ ପ୍ରତିଯୋଗିତାରେ ଜିଲ୍ଲାକୁ ୨ ସ୍ଵର୍ଣ୍ଣ ସହ ୧୯ ପଦକ

You are currently viewing କୋଲକାତାରେ ଅନୁଗୁଳ ଛାତ୍ରଛାତ୍ରୀଙ୍କ ଦବଦବା: ପଞ୍ଚମ ପ୍ରୋଗ୍ରେସିଭ ତାଇକୋଣ୍ଡୋ ପ୍ରତିଯୋଗିତାରେ ଜିଲ୍ଲାକୁ ୨ ସ୍ଵର୍ଣ୍ଣ ସହ ୧୯ ପଦକ

ଅନୁଗୁଳ: କୋଲକାତାରେ ଅନୁଗୁଳର ନାଁ ରଖିଲେ ତାଇକୋଣ୍ଡୋ ଛାତ୍ରଛାତ୍ରୀ। ୫ମ ଓପନ୍ ଜାତୀୟ ପ୍ରୋଗ୍ରେସିଭ୍ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳର ୧୭ ଜଣ ବାଳକ ବାଳିକା ୨ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୧୯ଟି ପଦକ ଲାଭ କରିଛନ୍ତି। ଗତ ୧୧ରୁ ୧୩ ତାରିଖ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଅନୁଗୁଳ ତାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥ, ଜାତୀୟ ଖେଳାଳି ଶ୍ରୀୟାଶ୍ରୀ ପ୍ରଧାନ, ସ୍ୱାତୀ ସ୍ୱାଗତିକା ଦାସ, ରଶ୍ମିତା ଶର୍ମଙ୍କ ତତ୍ତ୍ୱାବଧାନରେ ଖେଳାଳିମାନେ କୋଲକାତା ଯାଇଥିଲେ। ଏଭଳି ସଫଳତା ପାଇଁ ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସଭାପତି ନୀଳମଣି ରାଉତ, ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ପର୍ଶୁରାମ ଦାସ, ଉପଦେଷ୍ଟା ତଥା ଆଇନଜୀବୀ ପ୍ରଦୀପ କୁମାର ଦେବତା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply