ଅନୁଗୁଳ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ଜମ୍ମୁକାଶ୍ମୀର ପହଲଗାମରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି।
ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ଠାରେ ଆୟୋଜିତ ଏହି ଶିବିରକୁ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର ଓ ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଗଣେଶ କୁମାର ସାହୁ ଉଦଘାଟନ କରିଥିଲେ। ଶିବିରରେ ୪୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା କ୍ଷୀରୋଦ ପଟ୍ଟନାୟକ, ପ୍ରଫୁଲ୍ଲ ଦାସ, ବଲବୀର ସିଂ, ସମାଜସେବୀ ବ୍ରହ୍ମଜ୍ୟୋତି ମିଶ୍ର, ପର୍ଶୁରାମ ଦାଶ, ଜିଲ୍ଲା କଂଗ୍ରେସ ଉପ ସଭାପତି ଦୁଷ୍ମନ୍ତ ଦଳବେହେରା, ପ୍ରଶାନ୍ତ ନାୟକ, ଜିଲ୍ଲା ଛାତ୍ର ସଭାପତି ପ୍ରଦ୍ୟୁମ୍ନ ସାହୁ, ଯୁବ ନେତା ସଂଗ୍ରାମ ବେହେରା, ଶଙ୍କର୍ଷଣ ସାହୁ, ବିଶ୍ୱଜିତ ପ୍ରଧାନ, ପାର୍ଥସାରଥି ବେହେରା, ସାହିଲ ପ୍ରଧାନ, ସୁଜିତ ଦେହୁରୀ, ବାପି ଦାଶ, ଅରୂପ ସାମଲ, ବିଶ୍ୱଜିତ ବିଶ୍ୱାଳ, ମାନସ ବିଶ୍ୱାଳ, ଦେବାଶିଷ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।