ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ କରତପଟା ସେକ୍ସନର ନନ୍ଦପୁର, ହିଂସାଲୋଇ, ଡ଼ିମିରପାଳ, କରତପଟା, କରଡାସିଂହ, ବରହମପୁର, ଚନ୍ଦନପୁର, ସାରୁଆଳି, ରାଜନଗର, ମାଧପୁର, ଭୋଗପାଳ, ମଧୁପୁର ଆଦି ଗାଁର ଶତାଧିକ ଚାଷୀ ଆଜି ଡ଼ିଏଫଓ, ଅନୁଗୁଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି କି ଏହି ସବୁ ଗାଁରେ ବର୍ତମାନ ହାତୀ ଦିନ ରାତି ପଶି ଶୀତଦିନିଆ ପରିବା ଓ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗର ପାଟ୍ରୋଲିଙ୍ଗ ହେଉନାହିଁ। ସେମାନଙ୍କୁ ଖବର ଦେଲେ ଆସିବା ବଦଳରେ ଚାଷୀଙ୍କୁ ଖରାପ ବ୍ୟବହାର ଦେଖାଉଛନ୍ତି। ଫସଲ ଯାହା ନଷ୍ଟ ହେଉଛି ସେ ତୁଳନାରେ କ୍ଷତିପୂରଣ ଅତି ନଗଣ୍ୟ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଆସନ୍ତା ଫେବୃଆରି ୧ ତାରିଖ ସୁଦ୍ଧା ବାନା ବିଭାଗ ହାତୀ ଦାଉରୁ ଚାଷୀଙ୍କୁ ସୁରକ୍ଷା ନଦେଲେ ୨ ତାରିଖରୁ କରତପଟା ସେକ୍ସନ କାର୍ଯ୍ୟାଳୟକୁ
ବନ୍ଦ କରିଦିଆଯିବ ବୋଲି ଧମକ ଦେଇଛନ୍ତି।
ଡ଼ିଏଫଓଙ୍କୁ ଚାଷୀଙ୍କ ଚେତାବନୀ: ହାତୀଙ୍କୁ ଜଗ ନଚେତ କାର୍ଯ୍ୟାଳୟ ଅଚଳ କରିଦେବୁ
