ଓଡ଼ିଶାରେ ନକଲି ଚର୍ମ ଡାକ୍ତର ଓ କ୍ଲିନିକ୍‌ର ପ୍ରାଦୁର୍ଭାବ: ସତର୍କ କରାଇଲେ ବିଶେଷଜ୍ଞ

You are currently viewing ଓଡ଼ିଶାରେ ନକଲି ଚର୍ମ ଡାକ୍ତର ଓ କ୍ଲିନିକ୍‌ର ପ୍ରାଦୁର୍ଭାବ: ସତର୍କ କରାଇଲେ ବିଶେଷଜ୍ଞ

ଅନୁଗୁଳ: ଓଡ଼ିଶାର ବିଭିନ୍ନ ସହରାଞ୍ଚଳରେ ଏବେ ନକଲି ଚର୍ମ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। କସ୍ମେଟିକ୍ କ୍ଲିନିକ୍ ଏବଂ ମେଡିସ୍ପା ଭଳି ଚକଚକିଆ ନାମ ବ୍ୟବହାର କରି କେତେକ ଅଣ-ପ୍ରଶିକ୍ଷିତ ବ୍ୟକ୍ତି ବା ‘କ୍ୱାକ୍’ ମାନେ ରୋଗୀଙ୍କୁ ଚିକିତ୍ସା ଆଳରେ ଶୋଷଣ କରିବା ସହ ସ୍ୱାସ୍ଥ୍ୟର କ୍ଷତି ସାଧନ କରୁଛନ୍ତି। ଗଣମାଧ୍ୟମରେ ଏଥିନେଇ ଅନେକ ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ଏହି ସମସ୍ୟା ଏବେ ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଏହି ଘଟଣା ଉପରେ ଦେଶର ଚର୍ମ ରୋଗ ଚିକିତ୍ସା କ୍ଷେତ୍ରରେ ସର୍ବୋଚ୍ଚ ସଂସ୍ଥା ‘ଇଣ୍ଡିଆନ ଆସୋସିଏସନ ଅଫ୍ ଡର୍ମାଟୋଲୋଜିଷ୍ଟ, ଭେନେରୋଲୋଜିଷ୍ଟ ଆଣ୍ଡ ଲେପ୍ରୋଲୋଜିଷ୍ଟ’ (IADVL) ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି।

ସଂସ୍ଥାର ମତ ଅନୁଯାୟୀ, କେବଳ ପଞ୍ଜିକୃତ ଚର୍ମ ବିଶେଷଜ୍ଞ ଏବଂ ଉଚ୍ଚତର ତାଲିମପ୍ରାପ୍ତ ଡାକ୍ତରମାନେ ହିଁ ଚର୍ମରୋଗର ଚିକିତ୍ସା କରିବା ପାଇଁ ଯୋଗ୍ୟ, ମାତ୍ର ବଜାରରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ହେତୁ ସାଧାରଣ ରୋଗୀମାନେ ଭ୍ରମରେ ପଡ଼ି ଆର୍ଥିକ ଓ ଶାରୀରିକ ଶୋଷଣର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଚର୍ମ ବିଶେଷଜ୍ଞ ତଥା ସଂଘର ସେଣ୍ଟ୍ରାଲ କାଉନସିଲ ସଦସ୍ୟ ଡାକ୍ତର ବିଶ୍ୱଜିତ୍ ସାମଲ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଚିକିତ୍ସା ପୂର୍ବରୁ ଡାକ୍ତରଙ୍କ ଯୋଗ୍ୟତା ବିଷୟରେ ନିଶ୍ଚିତ ହେବା ସହ କୌଣସି କ୍ଲିନିକ୍ ଉପରେ ସନ୍ଦେହ ହେଲେ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ସେ କହିଛନ୍ତି।

Share

Leave a Reply