ଗଣେଶପୂଜା ମେଲଣ ନେଇ କୁହୁଳୁଛି ନିଆଁ, ସହରାଞ୍ଚଳକୁ ମନା ଗ୍ରାମାଞ୍ଚଳରେ ମଉଜ

You are currently viewing ଗଣେଶପୂଜା ମେଲଣ ନେଇ କୁହୁଳୁଛି ନିଆଁ, ସହରାଞ୍ଚଳକୁ ମନା ଗ୍ରାମାଞ୍ଚଳରେ ମଉଜ

ଅନୁଗୁଳ: ପୂର୍ବରୁ ତାଳଚେର ଓ ଢେଙ୍କାନାଳ ଗଣେଶପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଗତ କିଛିବର୍ଷ ହେବ ଅନୁଗୁଳ ସହର ମଧ୍ୟରେ ଗଣେଷପୂଜା ବେସ ଧୂମଧାମରେ ପାଳିତ ହେଉଛି।

ତେବେ ପୂଜା ଯାହା ହେଉନା କାହିଁକି ଭସାଣି ଉତ୍ସବ ପାଇଁ ପୂଜା ଆରମ୍ଭରୁ ଅଙ୍କକଷା ହୋଇଥାଏ। କେଉଁ ଡିଜେ ଆସିବ କେଉଁ ସାଜସଜ୍ଜା କରାଯିବ ମେଲଣ ସମୟରେ କାହାର ପଟୁଆର କେତେ ସୁନ୍ଦର ହେଉଛି। ଏ ସବୁକୁ ନେଇ ପୂଜା ମହୋଲ ବେସ ସରଗରମ ହୋଇଥାଏ। ଏହା ହେଉଛି ପୂଜା କମିଟି କମିଟି ମଧ୍ୟର ଭିତିରି କଥା।

ତେବେ ବିଗତ ବର୍ଷ ଗୁଡିକରେ ଅନୁଗୁଳ ଗଣେଶ ପୂଜାକୁ ଆସୁଥିବା ସମସ୍ତ ମେଢ଼ ଗୁଡିକୁ ମେଲଣ ମାଧ୍ୟମରେ ସହର ପରିକ୍ରମା କରୁଥିଲେ। ହେଲେ ଚଳିତ ବର୍ଷ ପୁଲିସ ପକ୍ଷରୁ ଡିଜେକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏଥି ସହ ଜିଲା ପ୍ରଶାସନ ପକ୍ଷରୁ ପରିଚାଳନା ପାଇଁ ଡକା ଯାଇଥିବା ବୈଠକରେ ମେଲଣ ପାଇଁ ଅନୁମତି ମିଳିନଥିବା ସହରରେ ଆଲୋଚନା ହୁଏ। ଏହି ପରିପ୍ରେକ୍ଷୀରେ ସହର ମଧ୍ୟରେ ଏକ ନିଆଁ କୁହୁଳୁଥିବା ଜଣାପଡିଛି। ସହର ସହ ତାଳ ଦେଇ କେତେକ ବଡ଼ ବଡ଼ ଗାଁ ଗୁଡିକରେ ଏବେ ରାଜରାସ୍ତା ଉପରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି। ଏପରିକି ସେଠାରେ ଡିଜେ ସାଉଣ୍ଡ ବାଜୁଥିବା ବେଳେ ମେଲଣ ମଧ୍ୟ କରାଯାଉଛି। ଯାହା ପାଇଁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହର ମଧ୍ୟରେ ଯଦି ଅନୁମତି ମିଳୁନାହିଁ ତେବେ ଗ୍ରାମାଞ୍ଚଳରେ କିପରି ଡିଜେ ବଜାଇବାକୁ ଅନୁମତି ମିଳୁଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଡିଜେକୁ ନେଇ ସାଉଣ୍ଡ ପ୍ରତିଯୋଗିତା ଆୟୋଜନ କରାଯାଉଛି। ପୁଲିସ ଉପସ୍ଥିତିରେ କେତେକ ସ୍ଥାନରେ ଏହା ହେଉଥିବା ବେଳେ ନୀତିନିୟମ ସବୁ ଚୁଲିକୁ ଯାଉଛି।

ବର୍ତ୍ତମାନର ନିୟମ ଅନୁସାରେ ସହରାଞ୍ଚଳରେ କଟକଣା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ମଉଜ ଚାଲିଥିବା ଲୋକେ ଆଲୋଚନା କରୁଛନ୍ତି।

Share

Leave a Reply