ଅନୁଗୁଳ: କିଛି ବର୍ଷ ତଳେ ଅନୁଗୁଳ ଷ୍ଟାଡିୟମ୍ କୁ ଲାଗିଥିବା ଅନୁଗୁଳ ହାଇସ୍କୁଲ ପଡ଼ିଆରେ ବିଭିନ୍ନ ମେଳା ଉତ୍ସବ ଆଦି ଅନୁଷ୍ଠିତ ହେଉଥିଲା। ତେବେ ଲାଭ ମନବୃତ୍ତି ରଖି ଖେଳ ପଡିଆକୁ ଭଡ଼ାରେ ଦିଆଯାଉଥିବା ନେଇ ରଞ୍ଜିତ କୁମାର ପାତ୍ର ନାମକ ଜଣେ ସ୍ଵେଚ୍ଛାସେବୀ ଏଥିନେଇ ରାଜ୍ୟ ମାନବ ଅଧିକାର କମିଶନ ନିକଟରେ ୨୦୨୩ ମସିହାରେ ଦ୍ବାରସ୍ଥ ହୋଇଥିଲେ।
କମିଶନ ଏଥିନେଇ ଅନୁଗୁଳ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲା।ତହସିଲଦାର ଏହାର ତଦନ୍ତ କରି ୨.୩୭ ଏକର ପୁରାତନ ପତିତ ଜମି ଅନୁଗୁଳ ହାଇସ୍କୁଲ ମାର୍ଫତରେ ରାଜ୍ୟ ଗଣ ଶିକ୍ଷା ବିଭାଗ ନାମରେ ରହିଥିବା ରିପୋର୍ଟ କରିବା ସହ ସେଠାରେ ଏବେ ଆଉ କୌଣସି ମେଳା ଉତ୍ସବ ପାଇଁ ଅନୁମତି ଦିଆ ଯାଉନାହିଁ ବୋଲି ଉଲ୍ଲେଖ କରିଥିଲେ।ଜିଲ୍ଲାପାଳ ଏହି ମର୍ମରେ କମିଶନଙ୍କୁ ରିପୋର୍ଟ କରିବା ପରେ ଉକ୍ତ ଜମିରେ ମେଳା ଉତ୍ସବ କରାଯିବା ର ବାଟ ସବୁ ଦିନପାଇଁ ବନ୍ଦ ହୋଇଯାଇଛି।