୫ମ ଦିନରେ ଜଗନ୍ନାଥ ସେନାର ଗଣଧାରଣା, ଜୁନ୍ ୧୦ରେ ଆନ୍ଦୋଳନ ପାଇଁ ସଜବାଜ

You are currently viewing ୫ମ ଦିନରେ ଜଗନ୍ନାଥ ସେନାର ଗଣଧାରଣା, ଜୁନ୍ ୧୦ରେ ଆନ୍ଦୋଳନ ପାଇଁ ସଜବାଜ

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ସେନା ପକ୍ଷରୁ ଚାଲିଥିବା ଗଣଧାରଣା ରବିବାର ପଞ୍ଚମ ଦିନରେ ପହଞ୍ଚିଛି। ଏ ନେଇ ମାରଓ୍ବାଡି ଧର୍ମଶାଳା ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏ ଅବସରରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସାମଗ୍ରିକ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସହିତ ମନ୍ଦିର ପରିଚାଳନା ସମିତିର କାର୍ଯ୍ଯକର୍ତ୍ତା ପରିବର୍ତ୍ତନ ଓ ଦେବୋତ୍ତର ବିଭାଗ ଦ୍ବାରା ମନ୍ଦିର ପରିଚାଳନା ସାଙ୍ଗକୁ ବିକାଶ କରାଯିବା ନେଇ ମତାମତ ଆସିଥିଲା। କିଛି ମୁଷ୍ଟିମେୟ ବ୍ୟକ୍ତି ନିଜର ପତିଆରା ବୃଦ୍ଧି ଓ ସ୍ବାର୍ଥ ପୂରଣ ନିମନ୍ତେ ଗୋଟିଏ ପଦବୀରେ ଦୀର୍ଘବର୍ଷ ଧରି ମାଡ଼ି ବସିଛନ୍ତି।

ଏ ନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏଣୁ ଏହାର ବିରୁଦ୍ଧରେ ଆସନ୍ତା ଜୁନ୍ ୧୦ ତାରିଖ ମଙ୍ଗଳବାର ଦିନ ଏକ ଶୋଭାଯାତ୍ରା ବିଭିନ୍ନ ଅନୁଷ୍ଠାନକୁ ନେଇ ଅନୁଷ୍ଠିତ ହେବ ବୋଲି ସାଧାରଣ ସଭାରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

Share

Leave a Reply