ମହିଳା ନିର୍ଯ୍ୟାତନା ବିରୋଧରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

You are currently viewing ମହିଳା ନିର୍ଯ୍ୟାତନା ବିରୋଧରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ଅନୁଗୁଳ: ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ, ଅସମ୍ମାନ ଓ ନିର୍ଯାତନାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ସଦସ୍ୟାମାନେ ଅନୁଗୁଳ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପୋଲିସ ମହାନିର୍ଦେଶକଙ୍କ ଉଦ୍ଦେଶ୍ୟରେ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ନିର୍ଯାତନା ଓ ହିଂସା ବୃଦ୍ଧି ପାଉଥିବା ବେଳେ ନ୍ୟାୟ ପ୍ରଦାନରେ ବିଫଳତା ଓ ଅସୁରକ୍ଷିତ ପରିସ୍ଥିତିକୁ ନେଇ ସଂଗଠନ ଉଦ୍ବେଗ ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ, ଗତ ୭ ସେପ୍ଟେମ୍ବରରେ ଅନୁଗୁଳ ଶ୍ୟାସୁନ୍ଦରପୁର ଗ୍ରାମରେ ଜଣେ ନାବାଳିକାର ଗଳିତ ମୃତଦେହ ମିଳିଥିଲା, ଯାହାକୁ ନେଇ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଛି। କିନ୍ତୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କଠୋର ପଦକ୍ଷେପ ନେଇନାହିଁ। ସେହିପରି ବାଲେଶ୍ବରରେ ଜଣେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଓ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ମହିଳା ଅସୁରକ୍ଷାକୁ ପ୍ରକାଶ କରୁଛି। ଗତ ୯ ମାସରେ ୨୦,୦୦୦ରୁ ଅଧିକ ମହିଳା ନିଖୋଜ ହୋଇଥିବା ଅଭିଯୋଗ ରହିଛି, ଯେଉଁଥିରୁ ମାତ୍ର ୭,୦୪୮ ଜଣଙ୍କୁ ଠାବ କରାଯାଇଛି। ବିଜୁ ମହିଳା ଜନତା ଦଳ ଏହି ଗୁରୁତର ପରିସ୍ଥିତିରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ବିକ୍ଷୋଭରେ ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply