ଅନୁଗୁଳ ମାରୱାଡି ଯୁବମଞ୍ଚ ପକ୍ଷରୁ ଅମୃତଧାରା ଥଣ୍ଡା ପାନୀୟ ଜଳ ଉଦଘାଟିତ

You are currently viewing ଅନୁଗୁଳ ମାରୱାଡି ଯୁବମଞ୍ଚ ପକ୍ଷରୁ ଅମୃତଧାରା ଥଣ୍ଡା ପାନୀୟ ଜଳ ଉଦଘାଟିତ

ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତ ଶାବଳଭଙ୍ଗା ଗ୍ରାମର ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ମାରୱାଡି ଯୁବମଞ୍ଚ ବିକାଶ ଶାଖା ପକ୍ଷରୁ ଅମୃତ ଧାରା ଥଣ୍ଡାପାନୀୟ ଜଳ ଉଦଘାଟିତ ହୋଇଛି।

କାର୍ଯ୍ୟକ୍ରମରେ ମାରୱାଡି ଯୁବମଞ୍ଚ ପକ୍ଷରୁ ଓପିଏମୱାଇଏମ୍ ରାଜ୍ୟ ସଭାପତି ପରାଗ ଅଗ୍ରୱାଲ, ଏଆଇ ଏମ୍ ୱାଇ ଏମ୍ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନ୍ଦର ପ୍ରକାଶ, ଓପିଏମୱାଇଏମ୍ ମଣ୍ଡଳ ୧ ସମ୍ପାଦକ ସଞ୍ଜୟ କୁମାର ଅଗ୍ରୱାଲ, ଓପିଏମୱାଇଏମ୍ ଜନ ସେବା ନିର୍ଦ୍ଦେଶକ ରାକେଶ ସାହା, କମୋଲ ଅଗ୍ରୱାଲ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବାଳୁଅକଟା ସରପଞ୍ଚ ସୁମିତା ସାହୁ, ଗ୍ରାମ ସଭାପତି ଭାଗୀରଥି ସାହୁ, ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଗ୍ରାମର ବହୁ ଲୋକ ଉପସ୍ଥିତ ଥିଲେ।

Share

Leave a Reply