ମିକ୍ସଚର କମ୍ପାନୀରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ, ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

0

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ମାଳତି ବିହାର ଠାରେ ଥିବା ମିକ୍ସଚର କମ୍ପାନୀରେ ବୁଧବାର ଦିନ ଦ୍ବିପ୍ରହରରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବ୍ୟବସାୟୀଙ୍କ ଠାରୁ ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସୂଚନା ମୁତାବକ, ବୁଧବାର ଖାଦ୍ୟ ବ୍ୟବସାୟ କରୁଥିବା ଦୋକାନ, ମିଠା ବ୍ୟବସାୟ କରୁଥିବା ଦୋକାନ ଏବଂ ଗୁଟଖା ବ୍ୟବସାୟ କରୁଥିବା ୧୦ରୁ ଅଧିକ ଦୋକାନୀଙ୍କ ଉପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଦୁଇ ଜଣଙ୍କ ନିକଟରୁ ଫାଇନ ଆଦାୟ କରାଯାଇଥିଲା।ସେହିପରି ବିଭିନ୍ନ ଦୋକାନ ଗୁଡ଼ିକୁ ଖାଦ୍ୟ ନିରପତ୍ତା ଜନିତ ପ୍ରମାଣପତ୍ର ରଖିବା, ପରିବେଶକୁ ସଫା ରଖିବା, ପୋଡ଼ା ତେଲ ଉପରେ ଧ୍ୟାନ ଦେବା ସହିତ ପଶୁ ପକ୍ଷୀ ସଂସ୍ପର୍ଶ ନ ଆସିଲା ଭଳି ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଚଢ଼ଉରେ ଡିପିଏଚଓ ଧନଞ୍ଜୟ ବେହେରା, ଏଫଏସଓ ହରପ୍ରିୟା ବେହେରା, ଏମଟିଏସ ନୀଳାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!