ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟ କାର୍ଡ ପେଶ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

You are currently viewing ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟ କାର୍ଡ ପେଶ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ଅପରାହ୍ନରେ ମିଶ୍ରପଡା ସ୍ଥିତ ନିଜ କାର୍ଯ୍ୟାଳୟରେ ଗତ ଦେଢ଼ ବର୍ଷରେ ତାଙ୍କ ନିର୍ବାଚନ ମଣ୍ଡଳୀରେ କି କି କାମ ହେଇଛି ତାର ଏକ ରିପୋର୍ଟ କାର୍ଡ ପେଶ କରିଥିଲେ। ସମ୍ମିଳନୀରେ ବିଧାୟକ ଶ୍ରୀ ପ୍ରଧାନ କହିଥିଲେ କି ଅନୁଗୁଳ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସେ ସତତ ପ୍ରୟାସ ଜାରି ରଖିଛନ୍ତି।

ଏଥିପାଇଁ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ସହଯୋଗରେ ଅନୁଗୁଳ ବିକାଶକୁ ସେ ତ୍ଵରାନିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଅନୁଗୁଳ ସହରରୁ ବର୍ଷା ଜଳ ନିଷ୍କାସନ ପାଇଁ ଦୁଇଟି ବଡ଼ ଡ୍ରେନ ନିର୍ମାଣ କରାଯିବ।ଏଥିପାଇଁ ସରକାର ଦୁଇଟି ଦଫାରେ ମୋଟ ୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ହାତୀ ମଣିଷ ଲଢେଇ ରୋକିବା ପାଇଁ ଅନୁଗୁଳ, ବନ୍ତଳା ଓ ତାଳଚେର ଅଞ୍ଚଳରେ ସୋଲାର ଷ୍ଟ୍ରିଟ ଲାଇଟ ସଂଯୋଗ କରାଯାଇଛି, ହାତୀ ପଶିଲେ ସତର୍କ କରିବା ପାଇଁ ୱର୍ନିଂ ସିଷ୍ଟମ କିଣାଯିବା ସହ ସୋଲାର ଫେନ୍ସିଂ ମଧ୍ୟ କରାଯାଇଛି।

୨୦୨୪-୨୫ ବର୍ଷରେ ଆରଏଣ୍ଡବି ବିଭାଗ ପକ୍ଷରୁ ୪ ଗୋଟି ବ୍ରିଜ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହେବା ସହ ଅର୍ଥ ମଞ୍ଜୁର କରାଯାଇଛି। ମାତେଳିଆ ନାଳ ଉପରେ ଦୁଇ ଗୋଟି ଏବଂ ଟିପିରିସିଂହା ଯିବା ପାଇଁ ଲିଙ୍ଗରା ନାଳ ଉପରେ ବ୍ରିଜ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।ବଅଁରପାଳ ବ୍ଲକର ଲୋଭି ଠାକୁରାଣୀ ମନ୍ଦିରର ଉନ୍ନତି, କୁଲାଡ ଅଲେଖ ମହିମା ସାହି, ନାଏକ ସାହିକୁ ବିଦ୍ୟୁତ୍ ସଂଯୋଗ କରାଯାଉଛି। ବଅଁରପାଳ ଛକରେ ରେଷ୍ଟସେଡ, ଟଏଲେଟ, ନୁଆହତାରେ କଲ୍ୟାଣ ମଣ୍ଡପ ସହ ତଳମୂଳ ଡିଗ୍ରୀ କଲେଜର ଉନ୍ନତି କରାଯାଇଛି।

ଅନୁଗୁଳ ସହର ଭିତରେ ବାଜି ରାଉତ ଛାତ୍ରାବାସର ଉନ୍ନତି ପାଇଁ ଅର୍ଥ ମଜୁର କରାଯାଇଛି। ସହର ମଧ୍ୟରେ ଅତ୍ୟାଧୁନିକ ଡେଲି ମାର୍କେଟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେଇଛି।ସହର ଭିତରେ ନୂଆ ପରିବା ମାର୍କେଟ,ଶ୍ମଶାନ,ପାର୍କ ଓ ପୋଖରୀ ଗୁଡ଼ିକର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟ ମନ୍ତ୍ରୀ ସହରୀ ଯୋଜନାରେ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରାଯାଇଛି। ମୋଟ ଉପରେ କହିବାକୁ ଗଲେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ,ଏମପି ରୁଦ୍ର ପାଣିଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ,ବରିଷ୍ଠ ବିଜେପି ନେତା ଭକ୍ତି ପ୍ରସାଦ ଦାସ,ମୀରା ଗଡ଼ନାୟକ,ପ୍ରଦୀପ ରାଉତ,ପବନ ମାଣ୍ଡୋଠିଆ,ଦିଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply