ଆରମ୍ଭ ହେଲା ଅନୁଗୁଳ ମହୋତ୍ସବ: ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଲା ରାପର କଲ୍କି, ଇପିଆର, ଗୌତମ ଗିରି ଓ ମନସ୍ଵିନୀଙ୍କ ଗୀତ

You are currently viewing ଆରମ୍ଭ ହେଲା ଅନୁଗୁଳ ମହୋତ୍ସବ: ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଲା ରାପର କଲ୍କି, ଇପିଆର, ଗୌତମ ଗିରି ଓ ମନସ୍ଵିନୀଙ୍କ ଗୀତ

ଅନୁଗୁଳ: ଆରମ୍ଭ ହେଲା ଅନୁଗୁଳ ମହୋତ୍ସବ। ଉଦଘାଟନୀ ଉତ୍ସବର ଆରମ୍ଭ ମୃଣ୍ମୟଙ୍କ ଓଡ଼ିଆ ହିଟ ନମ୍ବର ପୁଚୁକି ଗାଲିରୁ ହୋଇଥିଲା। ପରେ ସେ ଅନେକ ଓଡ଼ିଆ ଓ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ।
ଏହା ପରେ ରାପର କଲକି ‘ଆମେ ଅନୁଗୁଳର ଦାୟାଦ’ ଗୀତରେ ରାପ କରି ଲୋକଙ୍କୁ ଝୁମାଇ ଥିଲେ। ତାଙ୍କ ଗୀତର ତାଳେ ତାଳେ ଅନୁଗୁଳବାସୀ ଶୀତୁଆ ସନ୍ଧ୍ୟାକୁ ମନଭରି ଉପଭୋଗ କରିଥିଲେ। ପରେ ଓଲିଉଡ ତାରକା ଗୌତମ ଗିରି ଓ ମନସ୍ଵିନୀ ବହୁ ଓଡ଼ିଆ ଗୀତ ଗାଇ ଲୋକଙ୍କୁ ନିଜ ସ୍ୱରରେ ଝୁମାଇଥିଲେ। ସେମାନଙ୍କ ହିଟ ଗୀତ ନିଶା ନିଶା ରାତି, ଝୁରାବେଣି ପରି ଗୀତରେ ପୂରା ଷ୍ଟାଡିୟମ୍ ଦୁଲୁକି ଥିଲା। ଏହା ପରେ ଦର୍ଶକଙ୍କ ମନରେ ଜୋଶ ଭରି ଦେଇଥିଲା ରଙ୍ଗବତୀ ଗୀତ। ଶେଷରେ ଇପିଆର ତାଙ୍କ ରାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ଝୁମାଇଥିଲେ। ଆଜି ପ୍ରଥମ ଦିନରେ କଳାକାରମାନେ ଦର୍ଶକଙ୍କୁ ପ୍ରବଳ ମନୋରଞ୍ଜନର ଖୋରାକ ଯୋଗାଇଥିଲେ। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଅନୁଗୁଳବାସୀ ଆଶାବ୍ୟକ୍ତ କରିଛନ୍ତି।

Share

Leave a Reply