ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଚଳିତ ବର୍ଷର ଦ୍ଵିତୀୟ ବୈଠକ ଆୟୋଜିତ ହୋଇଯାଇଛି। ପୌରଧକ୍ଷ ଅକ୍ଷୟ ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ ଅନ୍ୟ ପଦସ୍ଥ ପୋୖର ଅଧିକାରୀ ମାନେ ଯୋଗ ଦେଇଥିଲେ। ସ୍ୱାଗତ ଭାଷଣ ପରେ ପୋୖର ଅଧିକାରୀ ଖର୍ଚ୍ଚ ଦାବି ଆଗତ କରିଥିଲେ।ଏହାର ଜବାବରେ କାଉନସିଲର ସୁକାନ୍ତି ଦାସ ପୌରପାଳିକାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖର୍ଚ୍ଚର ଧାଡ଼ିକିଆ ତଥ୍ୟ ନଦେଇ ପୂର୍ଣ୍ଣାଙ୍ଗ ବିବରଣୀ ଦେବାକୁ ଦାବି କରିଥିଲେ। ସୁକାନ୍ତି ଦାସଙ୍କୁ ସମର୍ଥନ କରି ଅଧ୍ୟକ୍ଷ ଶ୍ରୀ ସାମନ୍ତ ଏବଂ ଅନ୍ୟ କିଛି କାଉନସିଲର ସମର୍ଥନ କରିବାରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହା ଛଡା ବିଭିନ୍ନ ୱାର୍ଡର ଉନ୍ନତି ତଥା ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ହୋଇଥିଲା। ବର୍ଷା ଆସିବା ପୂର୍ବରୁ ଡ୍ରେନ ସଫେଇ ଓ ମରାମତି କାର୍ଯ୍ୟ ସାରିବାକୁ ମଧ୍ୟ ନିଷ୍ପତ୍ତି ନିଆ ଯାଇଥିଲା।
ପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ
- Post published:May 31, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
