ଅନୁଗୁଳ ପୌରପାଳିକାର ରେକର୍ଡ ପରିମାଣର ରାଜସ୍ୱ ଆଦାୟ

You are currently viewing ଅନୁଗୁଳ ପୌରପାଳିକାର ରେକର୍ଡ ପରିମାଣର ରାଜସ୍ୱ ଆଦାୟ

ଅନୁଗୁଳ: ଲାଇସେନ୍ସ ଫି, ହୋଲଡିଂ ଟ୍ୟାକ୍ସ, ଟ୍ରେଡ଼ ଲାଇସେନ୍ସ ଫାଙ୍କୁଥିବା ଦୋକାନୀ ଓ ମଲ ମାଲିକ ମାନଙ୍କୁ ଏବେ ଅନୁଗୁଳ ପୌରପାଳିକା ପକ୍ଷରୁ ଘନ ଘନ ତାଗିଦ ପରେ ସଂପୃକ୍ତ ପ୍ରତିଷ୍ଠାନ ଗୁଡିକ ଅର୍ଥ ଡିପୋଜିଟ କରିବା ଆରମ୍ଭ କରିଛନ୍ତି। ଆଇନକୁ ଫାଙ୍କୁଥିବା କିଛି ମଲ ସିଲ ହେବା ପରେ ବାଟକୁ ଆସିଛନ୍ତି ମାଲିକ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ ୧୨ ତାରିଖରେ ଅନୁଗୁଳ ପୌରପାଳିକା ଇତିହାସରେ ରେକର୍ଡ ପରିମାଣର ୨୪,୩୧,୧୮୧ ଟଙ୍କା ଆଦାୟ ହୋଇଛି। ସେହିଭଳି ଗତ ୭ ତାରିଖରେ ୬ ଲକ୍ଷରୁ ଉର୍ଧ୍ବ ଟଙ୍କା ଟିକସ ଆକାରରେ ଆଦାୟ ହୋଇଛି। ଜଣେ ସପିଙ୍ଗ ମଲ ମାଲିକ, ଜଣେ ବାଇକ ସୋ ରୁମ ମାଲିକ, ଜଣେ ଆପାର୍ଟମେଣ୍ଟ ମାଲିକ ଏହି ଟିକସ ଦାତା ମଧ୍ୟରେ ରହିଛନ୍ତି।

Share

Leave a Reply