ପୌରପାଳିକା ମାସିକ ବୈଠକ: ଲାଗିବ ସ୍ମାର୍ଟ କ୍ୟାମେରା,ଟ୍ରାଫିକ ଓଡ୍ରେନ ବ୍ୟବସ୍ଥା ସୁଧୁରିବ

You are currently viewing ପୌରପାଳିକା ମାସିକ ବୈଠକ: ଲାଗିବ ସ୍ମାର୍ଟ କ୍ୟାମେରା,ଟ୍ରାଫିକ ଓଡ୍ରେନ ବ୍ୟବସ୍ଥା ସୁଧୁରିବ

ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଏହାର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ନଗରପାଳ ଅକ୍ଷୟ ସାମନ୍ତଙ୍କ ସମେତ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ରୁଚିର ଦାସ,ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶତ୍ରିପାଠୀ, ସମସ୍ତ ପାରିଷଦ ଏବଂ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ।ବୈଠକରେ ପୂର୍ବ ମାସର ପ୍ରସ୍ତାବ ଗୁଡ଼ିକ ଗୃହୀତ ହୋଇଥିଲା।ଅନୁଗୁଳ ସହର ଭିତରେ ସ୍ମାର୍ଟ କ୍ୟାମେରା ଲାଗିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ସହର ଭିତରେ ଘଟୁଥିବା ଦୁର୍ଘଟଣା ଓ ଅପରାଧ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ। ଏହାଛଡା ବଜାର  ଓ ଅନ୍ୟାନ୍ୟ ଅଞ୍ଚଳର ଡ୍ରେନ ବ୍ୟବସ୍ଥା ଖରା ଦିନ ପୂର୍ବରୁ ସମ୍ପୂର୍ଣ୍ଣ କରାଯିବ। ପୋଲିସ ବିଭାଗ ସଙ୍ଗେ ସମନ୍ବୟ ରଖି ସହରରେ ଟ୍ରାଫିକ ବ୍ୟବସ୍ଥାର ଉନ୍ନତିକରଣ କରାଯିବ।କମ୍ପାନୀ ସହାୟତାରେ ବସ୍ ଷ୍ଟପ ଗୁଡ଼ିକର ପୁନରୁଦ୍ଧାର କରାଯିବ।କମ୍ପାନୀ ସହାୟତାରେ ସହର ଭିତରେ ଥିବା ପୋଖରୀ ଗୁଡ଼ିକର ମଧ୍ୟ ପୁନରୁଦ୍ଧାର କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ବୈଠକରେ କିଛି ପାରିଷଦ ସେମାନଙ୍କ ସିଟିଂ ଆଲାଉଁନସ ବଢ଼ାଇବା ପାଇଁ କହିଥିଲେ।ବିଧାୟକ ଶ୍ରୀ ପ୍ରଧାନ ଏଥିନେଇ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ବୈଠକରେ ବରିଷ୍ଠ ପାରିଷଦ ସୁକାନ୍ତି ଦାସ,ସଦାନନ୍ଦ ପଣ୍ଡା,ବଳରାମ ଜେନା,ରଞ୍ଜିତ ମାଣ୍ଡୋଠିଆ ଓ ଅନ୍ୟମାନେ ଯୋଗ ଦେଇଥିଲେ।

Share

Leave a Reply