ଆକ୍ସନ ମୋଡରେ ଅନୁଗୁଳ ପୌରପାଳିକା, ନୋ ପାର୍କିଂ ଜୋନରେ ଗାଡ଼ି ରଖିବାରୁ ଆଦାୟ କଲା ଫାଇନ

You are currently viewing ଆକ୍ସନ ମୋଡରେ ଅନୁଗୁଳ ପୌରପାଳିକା, ନୋ ପାର୍କିଂ ଜୋନରେ ଗାଡ଼ି ରଖିବାରୁ ଆଦାୟ କଲା ଫାଇନ

ଅନୁଗୁଳ: ଆକ୍ସନ ମୋଡରେ ଅନୁଗୁଳ ପୌରପାଳିକା। ନୋ ପାର୍କିଂ ଜୋନରେ ଗାଡ଼ି ରଖିବାରୁ ଚାଳକଙ୍କଠାରୁ ଆଦାୟ କଲା ଫାଇନ।
ଅନୁଗୁଳ ସହର ଭିତରେ ମନ ଇଚ୍ଛା ଭାରି ଯାନ ପାର୍କିଂ ଦ୍ଵାରା ଦୁର୍ଘଟଣା ମାନ ଘଟୁଛି। ଏଣୁ ଜିଲ୍ଲାପାଳ ସହର ଭିତରେ ସର୍ବସାଧାରଣ ରାସ୍ତାରେ ବେଆଇନ ଭାବେ ଗାଡ଼ି ପାର୍କିଂ କଲେ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ। କିନ୍ତୁ କିଛି ଲୋକ ଆଜି ରାସ୍ତାରେ ଗାଡ଼ି ପାର୍କିଂ କରିଥିଲେ। ଫଳରେ ପୌରପାଳିକା ଆକ୍ସନ ମୋଡକୁ ଓହ୍ଲାଇଛି। ଆଜି ପୌର କର୍ତ୍ତୃପକ୍ଷ ପୋଲିସ ସହାୟତାରେ ବିଭିନ୍ନ ଭାରିଯାନ ମନ ଇଚ୍ଛା ପାର୍କିଂ କରିଥିବା ଅଞ୍ଚଳରେ ଚଢ଼ଉ କରିଥିଲେ। ଟ୍ରକ୍ ସହ ଅନ୍ୟାନ୍ୟ ମାଲବାହୀ ଟ୍ରକ୍, ସ୍କୁଲ ବସ୍ ଆଦି ସର୍ବସାଧାରଣ ରାସ୍ତାରେ ମନ ଇଚ୍ଛା ପାର୍କିଂ କରାଯାଇଥିବାରୁ ଫାଇନ କଟା ଯାଇଥିଲା। ଆଜି ମୋଟ ୨୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ମିଳିଛି।

Share

Leave a Reply