ଅନୁଗୁଳ: ଅନୁଗୁଳ ସହର ଭିତରେ ପୌରପାଳିକାର ଶହ ଶହ ଦୋକାନ ଘର ରହିଛି। ତେବେ ଦୋକାନ ନେଲା ପରେ ଅନେକ ଦୋକାନୀ ଦୋକାନ ଘରର ମୂଳ ଢାଞ୍ଚାକୁ ବଦଳାଇ କିଏ ଆଗକୁ ବଢ଼ାଇଛି ତ କିଏ ପଛକୁ ବଢ଼ାଇଛି। କେହି କେହି ଦୋକାନ ମଝିରେ କାନ୍ଥ ଉଠାଇ ଦୁଇ ଦୁଇଟି ଦୋକାନ ଘର କରିଛନ୍ତି। ଏସବୁ ବିରୁଦ୍ଧରେ ଏବେ ପୌରପାଳିକା ଆକ୍ସନ ମୋଡକୁ ଓହ୍ଲାଇଛି।
ଏହି କ୍ରମରେ ସିମିଳିପଡ଼ା ପଞ୍ଚମୁଖୀ ମାର୍କେଟର ଦୁଇ ଦୋକାନୀଙ୍କୁ ସାତ ଦିନର ମହଲତ ଦିଆଯାଇଛି। ଏହି ସମୟ ମଧ୍ୟରେ ମୁଲଭିତ୍ତି ଯାହା ଥିଲା ତାହା ନକଲେ ଦୋକାନ ସିଲ୍ ସହ ଲାଇସେନ୍ସ ବାତିଲ କରାଯିବ ବୋଲି ଜଣାପଡିଛି। ଅନ୍ୟ ମାର୍କେଟରେ ଏଭଳି ବେଆଇନ ଦୋକାନ ବିରୁଦ୍ଧରେ ପର୍ଯ୍ୟାୟକ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି ।