ପେପର କପ ରେ ଚା’ ପରସି ତଣ୍ଡ ଗଣିଲେ ଦୋକାନୀ

You are currently viewing ପେପର କପ ରେ ଚା’ ପରସି ତଣ୍ଡ ଗଣିଲେ ଦୋକାନୀ

ଅନୁଗୁଳ: ଅନୁଗୁଳ ସହରର ଖାଓଗଳିରେ ଏକ ଚା ଦୋକାନୀ ପେପର କପ୍‌ରେ ଚା ଓ କଫି ପରସିବାରୁ ପୌରପାଳିକା ଟାସ୍କଫୋର୍ସ ଟିମ୍ ୨ ହଜାର ଟଙ୍କା ଜରିମାନା ଲଗାଇଛି। ଆସନ୍ତାକାଲି ପୌର କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି, ଅନ୍ୟଥା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି।

ଛକ ବଜାର ଗଳିକନ୍ଦିରେ ଶହେରୁ ଊର୍ଦ୍ଧ୍ୱ ଚା ଦୋକାନରେ ଏକକ ବ୍ୟବହାର ପଲିଥିନ୍ ଓ ପେପର କପ୍ ଉପରେ ପୌରପାଳିକା ପକ୍ଷରୁ ନିଷେଧାଜ୍ଞା ଜାରି ହୋଇଛି। ଗତ କିଛି ମାସ ଧରି କାଚ ଗିଲାସ ବା ମାଟି କପ୍ ବ୍ୟବହାର କରାଯାଉଛି। ସଚେତନ ନାଗରିକଙ୍କ ଅଭିଯୋଗ ପରେ ଟିମ୍ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅନୁଗୁଳକୁ ପଲିଥିନ୍ ମୁକ୍ତ ସବୁଜ ସହର କରିବା ପାଇଁ ଏହି କଟକଣା ଜାରି ହୋଇଥିବା ବେଳେ ବଜାରର ଅନ୍ୟ ଦୋକାନଗୁଡ଼ିକରେ ପଲିଥିନ୍ କାରବାର ଉପରେ ମଧ୍ୟ ନଜର ରଖିବାକୁ ସାଧାରଣରେ ଦାବି ହେଉଛି।

Share

Leave a Reply