ଅନୁଗୁଳ: ଅନୁଗୁଳ ପୌରପାଳିକା ମଙ୍ଗଳବାର ନୂଆ ଦିଲ୍ଲୀରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି। ଦେଶରେ ସ୍ୱଚ୍ଛ ସହର ଭାବେ ତୃତୀୟ ସ୍ଥାନ ହାସଲ କରି ଅନୁଗୁଳ ପୌରପାଳିକା ୧୨,୫୦,୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛି। ନୂଆ ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଠାରୁ ନଗରପାଳ ଅକ୍ଷୟ ସାମନ୍ତ ଏବଂ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପୌରପାଳିକା ଉପାଧ୍ୟକ୍ଷା ଅନୁପମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ଅନୁଗୁଳରେ ଖୁସିର ଲହରୀ ଖେଳିଯାଇଛି, ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗର୍ବ ଓ ଉତ୍ସାହର ପରିବେଶ ଦେଖାଦେଇଛି।