ଅର୍ଥ ବାଟମାରଣା ନେଇ ପାଲାକାରଙ୍କ ପ୍ରତିବାଦ

You are currently viewing ଅର୍ଥ ବାଟମାରଣା ନେଇ ପାଲାକାରଙ୍କ ପ୍ରତିବାଦ

ଅନୁଗୁଳ: ଅନୁଗୁଳର ଏକାଧିକ ପାଲାକାର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିବାଦ ଦେବା ସହ ସରକାରୀ ଅର୍ଥ ବାଟମାରଣା କରିଥିବା ଅଭିଯୋଗ କରିଛନ୍ତି।ଅଭିଯୋଗ ହେଲା ସର୍ପାଘାତ ପ୍ରତିକାର ସଚେତନତା ନେଇ ପାଲା କରିବାକୁ ଅର୍ଥ ଆସିଥିଲା। ତେବେ ନିର୍ଦ୍ଦିଷ୍ଟ ଜଣେ ପାଲାକାରଙ୍କୁ ସବୁ ବ୍ଲକ୍ ପାଇଁ ପାଲା କରିବାକୁ ଅନୁମତି ଦେଇଥିବାରୁ ଅନ୍ୟ ମାନେ ନିରାଶ ହୋଇଛନ୍ତି।

ସେମାନେ ତେଣୁ କାର୍ଯ୍ୟ ବଣ୍ଟନରେ ଦୁର୍ନୀତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ସଚେତନତା କାର୍ଯ୍ୟକ୍ରମ ସବୁ ପାଲାକାରଙ୍କୁ ଭାଗ କରି ଦେବାକୁ ସେମାନେ ଦାବି କରିଛନ୍ତି।ପ୍ରକାଶ ଚନ୍ଦ୍ର ପାଗଳ, ଦାଶରଥି ମହାନ୍ତି, ହେମନ୍ତ ଭୋଇ,ସୁଧାକର ପ୍ରଧାନ, ହରିହର ବେହେରା, ନୀଳକଣ୍ଠ ନାଏକ, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ପାଲାକାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାପଡିଛି।

Share

Leave a Reply