ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ ଘଟଣା: ୭ ଜଣ ଗିରଫ, ୫ ଲକ୍ଷ ଟଙ୍କା ଜବତ

You are currently viewing ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ ଘଟଣା: ୭ ଜଣ ଗିରଫ, ୫ ଲକ୍ଷ ଟଙ୍କା ଜବତ

ଅନୁଗୁଳ: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ ମ୍ୟାଜେନରଙ୍କ ପାଖରୁ ୧୦ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଅନୁଗୁଳ ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ପ୍ରାୟ ୫ ଲକ୍ଷ ଟଙ୍କା ଜବତ କରିଛି। ଏଥିସହ ଡକାୟତିରେ ବ୍ୟବହୃତ ୪ ଟି ବାଇକ୍‌ ଓ ମାରଣାସ୍ତ୍ର ଜବତ କରିଥିବା ଅନୁଗୁଳ ଏସ୍‌ପି ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, କୁମଣ୍ଡ ଚଣ୍ଡୀ ବଜାର ନିକଟରେ ଥିବା ଶୁଭମ କିସାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଟ କୁମାର ସାହୁ ଗତ ୨୪ ତାରିଖ ଅପରାହ୍‌ଣରେ ପେଟ୍ରୋଲ ପମ୍ପ କର୍ମଚାରୀ ଚନ୍ଦନ ଗଡ଼ନାୟକଙ୍କ ସହ ଗାନ୍ଧୀମାର୍ଗରେ ଥିବା ଏସ୍‌ବିଆଇ ଶାଖାକୁ ଟଙ୍କା ଜମା କରିବାକୁ ସ୍କୁଟିରେ ଆସୁଥିଲେ। ହେଲେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଆକ୍ରମଣ କରିବା ସହ ମାଉଜର ଦେଖାଇ ୧୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ।

ମ୍ୟାନେଜରଙ୍କ ଏତଲା କ୍ରମେ ଅନୁଗୁଳ ପୋଲିସ ୧୪୭/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଆଜି ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଛେଣ୍ଡିପଦା ଥାନା କୋଶଳାର ନିରୋଦ ବେହେରା(୩୧), ମାଗୁଣି ନାଏକ(୨୫), ଅନୁଗୁଳ ସଦର ଥାନା କୁମଣ୍ଡର ଦୁଷ୍ମନ୍ତ ସାହୁ(୩୧), ସାକସିଂହାର ଅସିତ ରଂଜନ ନାୟକ(୨୦), ସାକସିଂହାର ଲୁନା ବେହେରା(୨୫) ଓ ଠାକୁରଗଡ଼ ଥାନା ହତାଶିମଳି ଗାଁର ହୃଦାନନ୍ଦ ସାହୁ(୫୪)। ଏହି ମାମଲାରେ ସଂପୃକ୍ତ ଆଉ ୨ ଜଣ ଏବେ ବି ଫେରାର୍‌ ଥିବା ପୋଲିସ କହିଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Share

Leave a Reply