୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ଅନୁଗୁଳ ପୋଲିସ, ଫାଇନାନ୍ସ କର୍ମଚାରୀଙ୍କୁ କରୁଥିଲେ ଟାର୍ଗେଟ

You are currently viewing ୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ଅନୁଗୁଳ ପୋଲିସ, ଫାଇନାନ୍ସ କର୍ମଚାରୀଙ୍କୁ କରୁଥିଲେ ଟାର୍ଗେଟ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଆଜି ଅନୁଗୁଳ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୬ ଟି ମଟର ସାଇକେଲ, ଏକ ଭୁଜାଲି, ଦୁଇଟି ଲୁହା ପଞ୍ଚ, ୪୩ ହଜାର ଟଙ୍କା ଜବତ କରାଯାଇଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ କରି ଲୁଟୁଥିଲା।

ସୂଚନା ମୁତାବକ, ଏହି ଲୁଟେରା ଗ୍ୟାଙ୍ଗ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୁଟ ପାଟ କରୁଥିଲେ। ଏ ନେଇ ଛେଣ୍ଡିପଦାରେ ଗୋଟିଏ, ବାଗଡ଼ିଆ ଥାନାରେ ଦୁଇଟି, ବନ୍ତଳା ଥାନାରେ ଦୁଇଟି, ଗୋପାଳ ପ୍ରସାଦ ଥାନାରେ ଗୋଟିଏ, ବଅଁରପାଳ ଥାନାରେ ଗୋଟିଏ, ସଦର ଥାନାରେ ଗୋଟିଏ ଏବଂ ନାଲକୋ ଥାନାରେ ଦୁଇଟି କେସ ରୁଜୁ ହୋଇଛି।

ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମରେ ଏହି ଚଢ଼ଉ କରାଯାଇଥିଲା।

Share

Leave a Reply