ଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରିକଲା ପୋଲିସ

You are currently viewing ଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରିକଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ନବ ବର୍ଷ ବା ଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରି କରାଯାଇଛି। ଯେଉଁ ସଂସ୍ଥା ବା କ୍ଳବ୍ ପାର୍ଟି କରିବେ ସେମାନେ ଲାଉଡ ସ୍ପିକର ଆଇନକୁ ମାନି ଚଳିବେ। ମାତ୍ରାଧିକ ଶବ୍ଦ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ କରାଯିବ।

ମଦ ପିଇ ଗାଡ଼ି ଚଳାଇଲେ,ଦୃତ ଗତିରେ ଗାଡି ଚଳାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାର୍ଟିରେ ମହିଳା,ଶିଶୁଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ। ସଂସ୍ଥା ନିରାପତ୍ତା ପାଇଁ ସିସିଟିଭିର ବ୍ୟବସ୍ଥା କରିବା ଉଚିତ୍।ହୋଟେଲ୍,କ୍ଳବ୍ ପକ୍ଷରୁ ଅନୁମତି ପତ୍ର ନେବା ବାଧ୍ୟତାମୂଳକ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିଶ୍ଚିତ କରିବା ଉଚିତ୍। ବେଆଇନ ଭାବେ ବାଣ ଫୁଟାଇବାକୁ ମଧ୍ୟ ନିଷେଧ କରାଯାଇଛି। ମାରଣାସ୍ତ୍ର ଧରିବା ତଥା ସାଂପ୍ରଦାୟିକ ସଦଭାବନା ନଷ୍ଟ ହେବା ଭଳି କୌଣସି କାର୍ଯ୍ୟ କଲେ  ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି।

Share

Leave a Reply