ଅନୁଗୁଳ ପୋଲିସର ‘ସୁସ୍ଥ ସେବା’ ଅଭିଯାନ: ୧୨୭ ପୋଲିସ କଲେ ସ୍ୱାସ୍ଥ୍ୟ ପରୀକ୍ଷା

You are currently viewing ଅନୁଗୁଳ ପୋଲିସର ‘ସୁସ୍ଥ ସେବା’ ଅଭିଯାନ: ୧୨୭ ପୋଲିସ କଲେ ସ୍ୱାସ୍ଥ୍ୟ ପରୀକ୍ଷା

ଅନୁଗୁଳ: ପୋଲିସ ବାହିନୀର କଲ୍ୟାଣ ଏବଂ ସେମାନଙ୍କ ଶାରୀରିକ ଦକ୍ଷତାକୁ ଗୁରୁତ୍ୱ ଦେଇ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସ୍କ୍ରିନିଂ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ମାର୍ଚ୍ଚ ୧୧ ରୁ ୧୩ ଏବଂ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଆଜି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ଅନୁଗୁଳ ମୁଖ୍ୟାଳୟ ଅଧୀନରେ ଥିବା ସମସ୍ତ ପୋଲିସ ଷ୍ଟେସନ ଏବଂ ଡିପିଓର ପ୍ରାୟ ୧୨୭ ଜଣ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ।

ଅନୁଗୁଳ ସିଡିଏମ୍ଓଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତରମାନେ ସମସ୍ତ ପୋଲିସ କର୍ମଚାରୀଙ୍କର ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଦିନରାତି ଜନସେବାରେ ନିୟୋଜିତ ରହୁଥିବା ପୋଲିସ କର୍ମଚାରୀମାନେ ଯେପରି ସୁସ୍ଥ ଏବଂ ଫିଟ୍ ରହିବେ, ସେଥିପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି। ଏହି ପଦକ୍ଷେପ ପୋଲିସ ବାହିନୀର ମନୋବଳ ବଢ଼ାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିଛି। ଏହି କଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପୋଲିସ ପ୍ରଶାସନକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।

Share

Leave a Reply